ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା ଓ ସାଂସ୍କୃତିକ କଳାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ଉତ୍ସବର ପ୍ରଥମ ଦିନ ଅର୍ଥାତ୍ ଫାଲ୍‌ଗୁନ ପୂର୍ଣ୍ଣିମା ମଙ୍ଗଳବାର ଦିନ ପ୍ରାତଃ ୧୧ଟା ସମୟରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ଆରମ୍ଭ ହେବା ସହ ସନ୍ଧ୍ୟାରେ ମଞ୍ଚ ଉଦ୍‌ଘାଟନ ଓ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ହୋଲି ପୋଡ଼ା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସରପଞ୍ଚ ଭାରତୀ ମାଝୀ ମୁଖ୍ୟ ଅତିଥି ଏବଂ ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ୫ ନମ୍ବର ୱାର୍ଡ ସଭ୍ୟା ଦୂପେନ୍ଦ୍ରି ନାଏକ, ୪ ନମ୍ବର ୱାର୍ଡ ସଭ୍ୟା କୁମାରୀ ମାଝୀ, ୩ ନମ୍ବର ୱାର୍ଡ ସଭ୍ୟ ଯଶବନ୍ତ ମାଝୀ, ଅଙ୍ଗନୱାଡ଼ି କର୍ମୀ ଜେମା ମାଝୀ, ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ ଏବଂ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି ଉପସ୍ଥିତ ରହିଥିଲେ। ଏଥିସହ ଗାଁ ଦିଶାରି ଧନସିଂ ମାଝୀ, ଗ୍ରାମରକ୍ଷୀ ମଦନ ନାଏକ, ରୂପାଧର ମାଝୀ, ରାମଧାନୀ ନାଏକ, ଘାସିରାମ ମାଝୀ ଓ ସାନ ମାଝୀଙ୍କ ସମେତ ଗ୍ରାମର ସମସ୍ତ ଭଦ୍ରମଣ୍ଡଳୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ହୋଲି ଉତ୍ସବ ପାଳନ କମିଟିର ସଭାପତି ଧନୁର୍ଜୟ ମାଝୀ, ଉପ-ସଭାପତି ଧନୁ ମାଝୀ, ସମ୍ପାଦକ ଧ୍ରୁବ ଚରଣ ମାଝୀ ଏବଂ ସହ-ସମ୍ପାଦକ ତଳିନ୍ଦ୍ର ପୁଝାରୀ ଓ ରାଜେନ୍ଦ୍ର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। କୁମୁଦ ନାଏକ ଏବଂ ଲମ୍ବୋଦର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ରାଧାକୃଷ୍ଣ ପୂଜା କମିଟିର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଦ୍ୱିତୀୟ ଦିନ ବୁଧବାର ସକାଳେ ହୋଲି ଖେଳ ଏବଂ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ଦୁଇ ଦିନିଆ ଉତ୍ସବ ଉଦ୍‌ଯାପିତ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri