ସ୍କୁଲ, ବ୍ଲକ, ଜିଲାସ୍ତରରେ ହେବ ହକି କ୍ରୀଡ଼ା

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ଓ୍ବାଲର୍‌ଡ କପ୍‌-୨୦୨୩ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ତେବେ ପିଲାଙ୍କ ମଧ୍ୟରେ କିପରି ହକି ଖେଳ ଏବଂ ପୁରୁଷ ହକି ବିଶ୍ୱ କପ୍‌ର ପ୍ରଚାର କରିହେବ, ସେଥିପାଇଁ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଯୋଜନା କରିଛି। ସ୍କୁଲ, ବ୍ଲକ୍‌ ଓ ଜିଲାସ୍ତରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜନ କରି ସେଥିରେ ହକିକୁ ପ୍ରାଧାନ୍ୟ ଦେବା ପାଇଁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କ୍ରୀଡ଼ା ଉତ୍ସବ ଆୟୋଜନ ନେଇ ଏସ୍‌ଓପି ମଧ୍ୟ ଜାରି ହୋଇଛି। ଏ ନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ମଙ୍ଗଳବାର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସ୍କୁଲ, ବ୍ଲକ ଓ ଜିଲାସ୍ତରରେ ଥିବା ଖେଳପଡ଼ିଆରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ଓ୍ବାଲର୍‌ଡ କପ୍‌ର ହୋର୍ଡିଂ, ବ୍ୟାନର, ପୋଷ୍ଟର ଲଗାଇବା ପାଇଁ କୁହାଯାଇଛି। ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ କ’ଣ ଯୋଜନା କରାଯାଉଛି ସେ ସମ୍ପର୍କରେ ସମସ୍ତ ସୂଚନା ୮ତାରିଖ ସୁଦ୍ଧା ଓସେପା ଓ୍ବେବ୍‌ସାଇଟ୍‌କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏସ୍‌ଓପି ଅନୁସାରେ, ବାର୍ଷିକ କ୍ରୀଡ଼ା ଉତ୍ସବରେ ହକି ବିଶ୍ୱକପ୍‌ -୨୦୨୩ ଥିମ୍‌କୁ ନେଇ ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କରାଯିବ। ଯେଉଁ ଜିଲାରେ ହକି ଲୋକପ୍ରିୟ ରହିଛି, ସେଠାରେ ବାର୍ଷିକ କ୍ରୀଡ଼ା ଉତ୍ସବରେ ହକିକୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି। ଯେହେତୁ ହକି ବିଶ୍ୱକପ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ, ସେଥିପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ପିଲାଙ୍କ ମଧ୍ୟରେ ଯେତେ ସମ୍ଭବ ହକି ଖେଳ ଆୟୋଜନ କରିବେ। ବିଭିନ୍ନ ସ୍ତରରେ ସ୍ପୋର୍ଟସ ଆକ୍ଟିଭିଟି କ’ଣ ହେଉଛି ସେ ନେଇ ଇନ୍ସପେକ୍ଟର ଅଫ୍‌ ଫିଜିକାଲ ଏଜୁକେଶନ(ଆଇପିଇ) ଦୈନିକ ରିପୋର୍ଟ ଦାଖଲ କରିବେ। ସ୍କୁଲ ଓ ବ୍ଲକ ସ୍ତରରେ ଡିସେମ୍ବର ୮ ରୁ ୨୦ତାରିଖ ଏବଂ ଜିଲାସ୍ତରରେ ଜାନୁୟାରୀ ୨ରୁ ୧୦ତାରିଖ ସୁଦ୍ଧା ବାର୍ଷିକ କ୍ରୀଡ଼ା ଉତ୍ସବ ଶେଷ କରିବେ। ଏଥିପାଇଁ ଆର୍ଥତ୍କ ଅନୁଦାନ ମଧ୍ୟ ଦିଆଯାଇଛି। ସ୍କୁଲଗୁଡ଼ିକ କ୍ରୀଡ଼ା ପାଇଁ ପୂର୍ବରୁ ପାଇଥିବା ଅର୍ଥକୁ ଖର୍ଚ୍ଚ କରିପାରିବେ। ତେବେ ୩୧୪ ବ୍ଲକ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମୋଟ ୧,୬୯,୫୬,୦୦୦ ଟଙ୍କା ଦିଆଯାଇଛି। ପ୍ରତି ବ୍ଲକ୍‌ ପିଛା ୫୪ ହଜାର ଟଙ୍କା ଖର୍ଚ୍ଚ ହେବ। ସେହିପରି ଜିଲାସ୍ତରରେ ଖେଳ ଆୟୋଜନ ପାଇଁ ସମସ୍ତ ଜିଲା ଓ ଭୁବନେଶ୍ୱର ସ୍କୁଲ ସ୍ପୋର୍ଟସ ଆସୋସିଏଶନ ସଚିବଙ୍କୁ ମୋଟ ୧,୪୭,୪୯,୭୮୦ ଟଙ୍କା ଦିଆଯାଇଛି। ଜିଲା ସ୍ତରୀୟ ଖେଳ ପାଇଁ ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବାବେଳେ ସ୍କୁଲ ଓ ବ୍ଲକ ସ୍ତରରେ ବ୍ଲକ ଶିକ୍ଷାଧିକାରୀଙ୍କୁ ନୋଡାଲ ଅଫିସର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri