ବାଉଁଶ ଲାଠି, ଛିଣ୍ଡା ଚପଲରେ ହକି ଖେଳ

ମହାକାଳପଡ଼ା,୧୩ା୧୨(ଡି.ଏନ.ଏ.): ହକି ଖେଳ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌ ହକି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ଏହି ଖେଳ ପ୍ରତି ଆଗ୍ରହ ବଢ଼ୁଛି। ବିଶେଷ କରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଆଦିବାସୀପଡ଼ାର ଯୁବକମାନେ ଏହି ଖେଳରେ ବହୁମାତ୍ରାରେ ସାମିଲ ହୋଇଛନ୍ତି। ହେଲେ ସେମାନଙ୍କ ପାଖରେ ହକି ଷ୍ଟିକ୍‌ ନାହିଁ କି ବଲ୍‌। ସେମାନଙ୍କୁ ଉପଯୁକ୍ତ ତାଲିମ୍‌ ଦେବାକୁ କେହି ନ ଥିବା ବେଳେ ଖେଳ ପଡ଼ିଆର ବି ଅଭାବ ରହିଛି। ତଥାପି ସେମାନେ ପଛଘୁଞ୍ଚା ଦେଇ ନାହାନ୍ତି। ବାଉଁଶ ଲାଠି ତାଙ୍କ ପାଇଁ ହକି ଷ୍ଟିକ୍‌ ସାଜିଛି। ପୁରୁଣା ରବର ଚପଲକୁ କାଟି ବଲ ଭାବେ ବ୍ୟବହାର କରୁଛନ୍ତି। ନିଜ ଗାଁ ଆଦିବାସୀ ପଡ଼ିଆରେ ପ୍ରତିଦିନ ଚାଲିଛି ହକି ଖେଳ। ଆନନ୍ଦ ମାଝି, ବିଶାଳ ମାଝି, ମହେଶ ହଁାସଦା, ରାଜୁ ମାଝି, ଶିବ ମାଝି, ଅନିଲ ମାଝି, ଅନିଲ ବାସ୍କେ, ସୌମେନ୍ଦ୍ର ସୋରେନ ପ୍ରମୁଖ ଖେଳାଳୀ କହିଛନ୍ତି, ହକି ଖେଳ ପ୍ରତି ଆମର ଆଗ୍ରହ ଅଛି। କିନ୍ତୁ ଉପଯୁକ୍ତ ତାଲିମ ମିଳୁନି, ଖେଳ ସାମଗ୍ରୀ, ପୋଷାକ ଓ ପ୍ରୋତ୍ସାହନ ଅଭାବ ଯୋଗୁ ଆମେ ପଛରେ ରହିଯାଇଛୁ। ଯଦି ରାଜ୍ୟ ସରକାର ଲୁଣିମାଠିଆ ଆଦିବାସୀପଡ଼ାର ହକି ଖେଳାଳିଙ୍କୁ ଉପଯୁକ୍ତ ପ୍ରତ୍ସୋହନ ଯୋଗାଇ ଦେବେ ସେମାନେ ଆଉ କିଛି ବର୍ଷ ପରେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଇବେ ନାହିଁ। ଗାଁର କେତେଜଣ ଅନୁସୂଚିତ ଜନଜାତି ଯୁବକ ଆର୍ଥିକ ଅନଟନ ଯୋଗୁ ଏହି ଖେଳଠାରୁ ଦୂରେର ରହିଛନ୍ତି। ହକି ପ୍ରତି ସେମାନଙ୍କ ଆଗ୍ରହ ଥିଲେ ମଧ୍ୟ ଘରର ଆର୍ଥିକ ସ୍ଥିତି ସେମାନଙ୍କୁ ଅନ୍ୟତ୍ର ଯାଇ କାମ କରିବାକୁ ବାଧ୍ୟ କରିଛି। ସେହି ପ୍ରତିଭାବାନ ହକି ଖେଳାଳୀଙ୍କୁ ସରକାରୀ ଓ ବେସରକାରୀସ୍ତରରେ ସହାୟତା ମିଳିଲେ ସେମାନେ ଓଡ଼ିଶାର ସୁନାମ ଆଣି ପାରିବେ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ, ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri