Posted inଖେଳ

ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଚାଲିଥିବାବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି। ଏଫ୍‌ଆଇଏଚ୍‌ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ପ୍ରୋ ଲିଗ୍‌ର ପ୍ରଥମ ଚରଣ ଅଷ୍ଟ୍ରେଲିଆର ସିଡ୍‌ନୀରେ ଫେବୃଆରୀ ୪ରୁ ଆରମ୍ଭ ହେବ।

ନେଦରଲାଣ୍ଡ୍ସ ଓ ସ୍ପେନ ମଧ୍ୟରେ ପ୍ରଥମ ମ୍ୟାଚ ସିଡ୍‌ନୀ ଅଲିମ୍ପିକ୍‌ ପାର୍କ ହକି ସେଣ୍ଟରରେ ଅନୁଷ୍ଠିତ ହେବ। ସେଠାରେ ପୁରୁଷ ବିଭାଗରେ ନେଦରଲାଣ୍ଡ୍ସ, ସ୍ପେନ, ଅଷ୍ଟ୍ରେଲିଆ ଓ ମହିଳାରେ ଚାଇନା, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ୯ ତାରିଖ ପର୍ଯ୍ୟନ୍ତ ଖେଳିବେ। ଏହାପରେ ହକି ଆକ୍ସନ ଭୁବନେଶ୍ୱର ଫେରିବ। କଳିଙ୍ଗ ଷ୍ଟାଡିୟମରେ ଭାରତ, ଜର୍ମାନୀ, ସ୍ପେନ୍‌, ଇଂଲଣ୍ଡ, ନେଦରଲାଣ୍ଡ୍ସ ଓ ଆୟର୍ଲାଣ୍ଡ ଉଭୟ ମହିଳା ଓ ପୁରୁଷ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବିଭାଗରେ ଭାରତ ଏହାର ପ୍ରଥମ ମ୍ୟାଚ ୧୫ ତାରିଖରେ ଇଂଲଣ୍ଡ ସହ ଖେଳିବ।

ସେହିଦିନ ପୁରୁଷ ବର୍ଗରେ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରୋ ଲିଗ୍‌ର ପରବର୍ତ୍ତୀ ଚରଣ ଆର୍ଜେଣ୍ଟିନାର ସାଣ୍ଟିଆଗୋଠାରେ ୨୦ ତାରିଖରୁ ଆରମ୍ଭ ହେବ। ଭୁବନେଶ୍ୱର ଓ ସାଣ୍ଟିଆଗୋ ଚରଣ ଶେଷ ବେଳକୁ ପ୍ରତି ଦଳ ୮ଟି ଲେଖାଏ ମ୍ୟାଚ ଖେଳି ସାରିଥିବେ। ତେଣୁ ଟାଇଟଲ ଦୌଡ଼ରେ କେଉଁ ଦଳ ରହିଥିବେ ତାହା ଜଣାପଡ଼ିବ। ଗତ ସିଜନରେ ପୁରୁଷ ବିଭାଗରେ ଅଷ୍ଟ୍ରେଲିଆ ଓ ମହିଳାରେ ନେଦରଲାଣ୍ଡ୍ସ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri