Posted inଜାତୀୟ

ଭାରତରେ ହେବ ଲକ୍‌ଡାଉନ! HMPV ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀ ପରେ ପୁଣି ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି)ଚିନ୍ତା ବଢାଇଛି। ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ ଆଗକୁ ଲକ୍‌ଡାଉନ ଲାଗୁ ହେବ କି ବୋଲି ଆଶଙ୍କା ବଢିଛି। ସୋସିଆଲ ମିଡିଆରେ ହାଶଟ୍ୟାଗ ଲକଡାଉନ ଟ୍ରେଣ୍ଡ କରିବା ଆରମ୍ଭ ହୋଇଗଲାଣି। ବେଙ୍ଗାଲୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଇନ୍‌ଫ୍ଲୁଏଞ୍ଜା କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ଅସୁସ୍ଥତା ବଢ଼ିବା ଆଦୌ ଅସାଧାରଣ ଘଟଣା ନୁହେଁ ବୋଲି ଆଇସିଏମଆର ଏବଂ ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍ପି) ନେଟଓ୍ବର୍କ ପକ୍ଷରୁ କୁହାଯାଇଛି। ସମସ୍ତ ସର୍ଭିଲାନ୍ସ ଚ୍ୟାନେଲ ଜରିଆରେ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିଛି। ବର୍ଷସାରା ଏଚଏମ୍ପିଭି ସଂକ୍ରମଣ ଚିହ୍ନଟ ଧାରା ଆଇସିଏମଆର୍‌ ଜାରି ରଖିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?