Posted inଜାତୀୟ

ଯୌତୁକ ପାଇଁ ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍‌ଶନ

ସାହାରନ୍‌ପୁର(ୟୁପି),୧୭ା୨: ଏକ ଏକ୍ସୟୁଭି କାର୍‌ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଦେଲେ। ଝିଅ ଏବେ ଏଚ୍‌ଆଇଭି ପଜିଟିଭ ସଂକ୍ରମିତ ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବାପା। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ସାହାରନ୍‌ପୁର ଅଞ୍ଚଳରେ। ପୋଲିସ ଅଭିଯୋଗକୁ ପ୍ରଥମେ ଗ୍ରହଣ କରି ନ ଥିଲା। ମାତ୍ର ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ସହ ଅଭିଯୁକ୍ତ ସ୍ବାମୀ, ଶାଶୁ, ଶ୍ୱଶୁର ଏବଂ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ମିଳିଥିବା ସୂଚନାନୁସାରେ, ସାହାରନ୍‌ପୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଝିଅ ରଶ୍ମି(ଛଦ୍ମନାମ)ଙ୍କ ଉତ୍ତରାଖଣ୍ଡର ହରିଦ୍ୱାରରେ ରହୁଥିବା ଅଭିଷେକ ଓରଫ ସଚିନ୍‌ଙ୍କ ସହିତ ୨୦୨୩ ଫେବୃଆରୀ ୧୫ରେ ବିବାହ ଦେଇଥିଲେ। ବିବାହ ସମୟରେ ଏକ କାର୍‌ ଏବଂ ୧୫ଲକ୍ଷ ଟଙ୍କା ଯୌତୁକ ଭାବେ ବର ପକ୍ଷଙ୍କୁ ଦିଆଯାଇଥିଲା। ଏହା ସତ୍ତ୍ୱେ ଶ୍ୱଶୁର ଘର ଲୋକେ ରଶ୍ମିଙ୍କ ଉପରେ ସନ୍ତୁଷ୍ଟ ନ ଥିଲେ। ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଏପରି କି ବାପଘରୁ ଏକ ଏକ୍ସୟୁଭି କାର୍‌ ଏବଂ ୨୫ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ରଶ୍ମିଙ୍କ ଉପରେ ଚାପ ପକାଉଥିଲେ।

ଯେତେବେଳେ ରଶିଙ୍କ ବାପା ଏତେ ଅଧିକ ଡିମାଣ୍ଡ ଦେବାକୁ ମନା କଲେ, ଶାଶୁଘର ଲୋକ ରଶ୍ମିଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ହରିଦ୍ୱାରର ଜଶ୍ୱଓ୍ବାଲା ପଞ୍ଚାୟତର ନିଷ୍ପତ୍ତି କ୍ରମେ ରଶ୍ମିଙ୍କୁ ଶାଶୁଘର ଲୋକ ଗ୍ରହଣ କରିଥିଲେ। ହେଲେ ଏହାର କିଛି ଦିନ ପରଠାରୁ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା। ଏପରି କି ଝିଅକୁ ମାରିଦେବାକୁ ଷଡ଼ଯନ୍ତ୍ର କରି ଶ୍ୱଶୁରଘର ଲୋକେ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଥିଲେ ବୋଲି ରଶି୍ମଙ୍କ ବାପା ଅଭିଯୋଗ କରିଥିଲେ। ଯେତେବେଳେ ରଶ୍ମିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଲା, ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ପରୀକ୍ଷା କରିବା ପରେ ରଶ୍ମି ଏଚ୍‌ଆଇଭି ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଅଭିଷେକଙ୍କ ରକ୍ତ ପରୀକ୍ଷା କରାଯାଇଥିଲା, ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ଏନେଇ ରଶ୍ମିଙ୍କ ବାପା ଝିଅର ଶ୍ୱଶୁର ଘର ଲୋକଙ୍କ ନାମରେ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କୋଟଓ୍ବାଲି ଥାନାରେ ଅଭିଷେକ ଏବଂ ତାଙ୍କ ମା’ବାପା ଏବଂ ସମ୍ପର୍କୀୟଙ୍କ ନାମରେ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ ଆଦି ଦଫାରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri