Posted inଜାତୀୟ

ଯୌତୁକ ପାଇଁ ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍‌ଶନ

ସାହାରନ୍‌ପୁର(ୟୁପି),୧୭ା୨: ଏକ ଏକ୍ସୟୁଭି କାର୍‌ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଦେଲେ। ଝିଅ ଏବେ ଏଚ୍‌ଆଇଭି ପଜିଟିଭ ସଂକ୍ରମିତ ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବାପା। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ସାହାରନ୍‌ପୁର ଅଞ୍ଚଳରେ। ପୋଲିସ ଅଭିଯୋଗକୁ ପ୍ରଥମେ ଗ୍ରହଣ କରି ନ ଥିଲା। ମାତ୍ର ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ସହ ଅଭିଯୁକ୍ତ ସ୍ବାମୀ, ଶାଶୁ, ଶ୍ୱଶୁର ଏବଂ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ମିଳିଥିବା ସୂଚନାନୁସାରେ, ସାହାରନ୍‌ପୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଝିଅ ରଶ୍ମି(ଛଦ୍ମନାମ)ଙ୍କ ଉତ୍ତରାଖଣ୍ଡର ହରିଦ୍ୱାରରେ ରହୁଥିବା ଅଭିଷେକ ଓରଫ ସଚିନ୍‌ଙ୍କ ସହିତ ୨୦୨୩ ଫେବୃଆରୀ ୧୫ରେ ବିବାହ ଦେଇଥିଲେ। ବିବାହ ସମୟରେ ଏକ କାର୍‌ ଏବଂ ୧୫ଲକ୍ଷ ଟଙ୍କା ଯୌତୁକ ଭାବେ ବର ପକ୍ଷଙ୍କୁ ଦିଆଯାଇଥିଲା। ଏହା ସତ୍ତ୍ୱେ ଶ୍ୱଶୁର ଘର ଲୋକେ ରଶ୍ମିଙ୍କ ଉପରେ ସନ୍ତୁଷ୍ଟ ନ ଥିଲେ। ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଏପରି କି ବାପଘରୁ ଏକ ଏକ୍ସୟୁଭି କାର୍‌ ଏବଂ ୨୫ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ରଶ୍ମିଙ୍କ ଉପରେ ଚାପ ପକାଉଥିଲେ।

ଯେତେବେଳେ ରଶିଙ୍କ ବାପା ଏତେ ଅଧିକ ଡିମାଣ୍ଡ ଦେବାକୁ ମନା କଲେ, ଶାଶୁଘର ଲୋକ ରଶ୍ମିଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ହରିଦ୍ୱାରର ଜଶ୍ୱଓ୍ବାଲା ପଞ୍ଚାୟତର ନିଷ୍ପତ୍ତି କ୍ରମେ ରଶ୍ମିଙ୍କୁ ଶାଶୁଘର ଲୋକ ଗ୍ରହଣ କରିଥିଲେ। ହେଲେ ଏହାର କିଛି ଦିନ ପରଠାରୁ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା। ଏପରି କି ଝିଅକୁ ମାରିଦେବାକୁ ଷଡ଼ଯନ୍ତ୍ର କରି ଶ୍ୱଶୁରଘର ଲୋକେ ଏଚ୍‌ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍‌ଶନ ଦେଇଥିଲେ ବୋଲି ରଶି୍ମଙ୍କ ବାପା ଅଭିଯୋଗ କରିଥିଲେ। ଯେତେବେଳେ ରଶ୍ମିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଲା, ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ପରୀକ୍ଷା କରିବା ପରେ ରଶ୍ମି ଏଚ୍‌ଆଇଭି ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଅଭିଷେକଙ୍କ ରକ୍ତ ପରୀକ୍ଷା କରାଯାଇଥିଲା, ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ଏନେଇ ରଶ୍ମିଙ୍କ ବାପା ଝିଅର ଶ୍ୱଶୁର ଘର ଲୋକଙ୍କ ନାମରେ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କୋଟଓ୍ବାଲି ଥାନାରେ ଅଭିଷେକ ଏବଂ ତାଙ୍କ ମା’ବାପା ଏବଂ ସମ୍ପର୍କୀୟଙ୍କ ନାମରେ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ ଆଦି ଦଫାରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri