ଐତିହାସିକ ଠାକୁରାଣୀ ଯାତ୍ରା: ମନ୍ଦିରରୁ ଭକ୍ତଙ୍କ ପାଖକୁ ଛୁଟି ଆସିଛନ୍ତି ମା’, ଦାଣ୍ଡେ ଦାଣ୍ଡେ ବୁଲି…

ପୁରୁଷୋତ୍ତମପୁର,୧୨ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରାର ସୋମବାର ଷଷ୍ଠ ଦିବସରେ ପହଞ୍ଚିଛି। ପ୍ରତ୍ୟହ ସନ୍ଧ୍ୟାରେ ବଜବାଜଣାର ପଟୁଆର ମଧ୍ୟରେ ମା’ ପଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କ ଘଟ ସହର ପରିକ୍ରମା କରିବାରେ ଲାଗିଛନ୍ତି।

ପରମ୍ପରା ଅନୁସାରେ, ପାଞ୍ଚଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ମୁଣ୍ଡାଇ ବଡ଼ବଜାରସ୍ଥିତ ଅସ୍ଥାୟୀ ମନ୍ଦିରରୁ ବାହାରି ଗୋଟାଏ ଦିନ ପୂର୍ବଖଣ୍ଡର ରାଧାକାନ୍ତ ସାହି, ରଥସାହି, ପୋଲିସ ଥାନା, ପୁରୁଣା ପୋଷ୍ଟଅଫିସ ସାହି, ଧୋବାସାହି, କଲେଜ ଛକ, ଅମୁଣିଆ ସାହି ମେନ୍‌ରୋଡ୍‌ ଆଦି ପରିକ୍ରମା କରୁଥିବା ବେଳେ ଆଉଗୋଟାଏ ଦିନ ପଶ୍ଚିମ ଖଣ୍ଡର ଚାଙ୍ଗୁଡିଆପଦର ସାହି, ନନ୍ଦିକସାହି,ପୂରୁଣା ଜଗନ୍ନାଥ ସାହି,ଗଡସାହି ଓ କନକା ସାହିକୁ ପରିକ୍ରମାରେ ଯାଉଛନ୍ତ। ମା’ଙ୍କ ପରିକ୍ରମା ସମୟରେ ଦାଣ୍ଡେ ଦାଣ୍ଡେ କିଏ ମା’ଙ୍କ ପାଦ ଧୋଇଦେବା ସହ ଆଉ କିଏ ନୂତନ ବସ୍ତ୍ର ପ୍ରଦାନ କରୁଛନ୍ତି। ସମସ୍ତେ ନିଜ ନିଜର ଘର ଆଗରେ ଭୋଗଦେଇ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି । ଦୀର୍ଘ ଦୁଇବର୍ଷ ପରେ ଏକା ସଙ୍ଗରେ ପାଞ୍ଚ ଗୋଟି ଠାକୁରାଣୀଙ୍କୁ ଘରପାଖରେ ପାଇ ଲୋକେ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏହି ଯାତ୍ରା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri