ସୌରଶକ୍ତି କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୨: ଭାରତ ୧୦୦ ଗିଗାୱାଟ୍‌ ସୌର ଶକ୍ତି କ୍ଷମତା ଅତିକ୍ରମକରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି, ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ଦେଶର ପ୍ରତିବଦ୍ଧତାକୁ ଏହି ଉଲ୍ଲେଖନୀୟ ସଫଳତା ପ୍ରମାଣିତ କରୁଛି। ୨୦୩୦ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୦୦ଗିଗାୱାଟ ଅଣ-ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷମତାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଉଛି ବୋଲି କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଭାରତର ଶକ୍ତି ଯାତ୍ରା ଐତିହାସିକ ଏବଂ ପ୍ରେରଣାଦାୟକ ରହିଛି। ସୋଲାର ପ୍ୟାନେଲ, ସୋଲାର ପାର୍କ ଓ ଛାତ ଉପର ସୌର ପ୍ରକଳ୍ପ ଭଳି ପଦକ୍ଷେପ ଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଫଳରେ ଆଜି ଭାରତ ୧୦୦ ଗିଗାୱାଟ ସୌରଶକ୍ତି ଉତ୍ପାଦନର ଲକ୍ଷ୍ୟକୁ ସଫଳତାର ସହ ହାସଲ କରିପାରିଛି। ସବୁଜ ଶକ୍ତି କ୍ଷେତ୍ରରେ ଭାରତ କେବଳ ଆତ୍ମନିର୍ଭରଶୀଳ ହେଉ ନାହିଁ ବରଂ ବିଶ୍ୱକୁ ଏକ ନୂଆ ମାର୍ଗ ଦେଖାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଜୋଷୀ କହିଛନ୍ତି। ସେହିପରି ଗତ ୧ଦଶନ୍ଧି ମଧ୍ୟରେ ଭାରତର ସୌରଶକ୍ତି କ୍ଷମତା ୩୪୫୦% ବଢି ଏକ ଅସାଧାରଣ ଅଭିବୃଦ୍ଧି ଘଟିଛି, ଯାହା ୨୦୧୪ରେ ୨.୮୨ ଗିଗାୱାଟ ଥିବାବେଳେ ୨୦୨୫ ସୁଦ୍ଧା ଏହା ୧୦୦ ଗିଗାୱାଟ୍‌କୁ ବୃଦ୍ଧି ପାଇଛି। ୨୦୨୫ ଜାନୁଆରୀ ୩୧ ସୁଦ୍ଧା ଭାରତର ସମୁଦାୟ ସଂସ୍ଥାପିତ ସୌର କ୍ଷମତା ୧୦୦.୩୩ ଗିଗାୱାଟ ରହିଛି, ଯେଉଁଥିରେ ୮୪.୧୦ ଗିଗାୱାଟ୍‌ କାର୍ଯ୍ୟକାରୀ ହେଉଛି ଏବଂ ଅତିରିକ୍ତ ୪୭.୪୯ ଗିଗାୱାଟ୍‌ ପ୍ରସ୍ତାବିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ...

ଅତି ସହଜ ଉପାୟରେ ଘରେ ବସି ଆଧାର କାର୍ଡରେ ନିଜ ଠିକଣା ବଦଳେଇପାରିବେ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୩: ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ରହିଛି ଯେଉଁଥିରେ ଏକ 12-ଅଙ୍କ ବିଶିଷ୍ଟ ପରିଚୟପତ୍ର ରହିଛି। ଏଥିରେ, ବ୍ୟକ୍ତିଙ୍କ ବାୟୋମେଟ୍ରିକ ସୂଚନା, ନାମ,...

ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri