ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ ଐତିହାସିକ ଚନ୍ଦନ ଯାତ୍ରା । ଏହି ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ମେ ମାସ ୧୦ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୧ଦିନ ଧରି ଅନୁଷ୍ଠିତ ହେବ ।
ମଦନ ମୋହନଙ୍କ ନୌବିହାର ପାଇଁ ଦାମୋଦର ପୁର ଗ୍ରାମର କୈବର୍ତ୍ତଙ୍କ ଠାରୁ ତିନୋଟି ଡ଼ଙ୍ଗା କିଣା ଯାଇ ଋଷୁକୂଲ୍ୟା ନଦୀ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସାହି ବାସିନ୍ଦା ଡ଼ଙ୍ଗା ଗୁଡିକୁ ମଦନ ମୋହନଙ୍କ ମନ୍ଦିରକୁ ଆଣିଥିଲେ । ଉକ୍ତ ଡ଼ଙ୍ଗାକୁ ସୁସଜ୍ଜିତ କରାଯାଇ ଚାପ ବନ୍ଧରେ ଚାପ ଖେଳିବେ ମଦନ ମୋହନ । ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳରେ ପୂଜା ପାଉଥିବା ବିଭିନ୍ନ ଦେବାଦେବି ମଦନ ମୋହନଙ୍କ ସହ ମିଶି ନୌ ବିହାର କରିବେ । ପୂର୍ବରୁ ଶ୍ରୀରାମ ନବମୀ ଅବସରରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ସୁରେନ୍ଦ୍ର କୁମାର ବାରିକି, ମୟ ବାରିକି, ବିଭୁ ପଲାଇ, ସନ୍ତୋଷ ଆଚାର୍ଯ୍ୟ, ଜଗା ଆଚାର୍ଯ୍ୟ, ମୁକେଶ ପାଢ଼ୀ, ଲିଙ୍ଗା ପାଢ଼ୀ, ବିରେନ ମହାପାତ୍ର, ଉପେନ୍ଦ୍ର ଆଚାର୍ଯ୍ୟ, ସୋହନ ପଟ୍ଟନାୟକ, ଶୋନୁ ଗୌଡ଼, ବାପି ଛଟେଇ, ଗଣେଶ ମହାରଣା, ପ୍ରମୁଖ ଡ଼ଙ୍ଗା ଆଣିବା ବେଳେ ଉପସ୍ଥିତ ଥିଲେ ।
ପାଞ୍ଚ ବର୍ଷକୁ ଥରେ ଅନୁଷ୍ଠିତ ଗଞ୍ଜାମ ପ୍ରସିଦ୍ଧ ଏହି ଚନ୍ଦନ ଯାତ୍ରାକୁ ତିନି ସାହି ତଥା ପଣ୍ଡା ସାହି, ସାମନ୍ତରା ସାହି ଏବଂ କରଣ ସାହି ପରିଚାଳନା କରୁଛନ୍ତି । ଏହି ଉପଲକ୍ଷେ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବାବା ମଦନ ମୋହନ ଚାପ ବନ୍ଧରେ ନୌ ବିହାର କରିବେ । ଏଥିପାଇଁ ଉକ୍ତ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏଥିସହ ମଦନ ମୋହନଙ୍କ ମନ୍ଦିର ଚତୃପାର୍ଶ୍ଵ ସଫେଇ କରାଯିବ । ଚନ୍ଦନ ଯାତ୍ରା ସମୟରେ ରାମଦୋଳି, ମିନା ବଜାର ଖୋଲା ଯିବା ଲାଗି ନିସ୍ଵତୀ ନିଆଯାଇଥିବା ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।