ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି କୋର୍ଟରେ ସହକାରୀ ଆସିଷ୍ଟାଣ୍ଟ ପିପି ଭାବେ ନିଯୁକ୍ତି ମିଳିଛି। ଏ ନେଇ ଆଇନଜୀବୀ ହୀରାଧର ମାଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋହନ ଚରଣ ମାଝୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଏମ୍ପି ନବରଙ୍ଗପୁର ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତ୍ରା ଏବଂ ଗୁରୁ ବରିଷ୍ଠ ଆଇନଜୀବୀ ସରୋଜ ଅଗସ୍ତିଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।