୨୬୦୦ କୋଟି କ୍ଷତି, ୯୦ ଟଙ୍କାରେ ବିକ୍ରି ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ ନିର୍ମାତା କମ୍ପାନୀ ହେନକେନ!

ଆମଷ୍ଟରଡାମ,୨୭।୮: ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ କମ୍ପାନୀ ହେନକେନ ରୁଷିଆରେ ଏହାର ବ୍ୟବସାୟକୁ ଦୃଢ କରିପାରିଛି। ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ୧୮ ମାସ ପରେ, ଡଚ ମଦ ନିର୍ମାତା ହେନେକେନ ରୁଷିଆରୁ ତା’ର ପ୍ରତ୍ୟାହାର ଶେଷ କରିଛି। କମ୍ପାନୀ ଶୁକ୍ରବାର ଦିନ ରୁଷିଆରେ ଏହାର ବ୍ୟବସାୟକୁ ମାତ୍ର ୧ ୟୁରୋରେ ବିକ୍ରି କରିଛି ବୋଲି ଘୋଷଣା କରିଛି।
ହେନେକେନ କହିଛି ଯେ ରୁଷିଆର ଉତ୍ପାଦନକାରୀ ବୃହତ ଏର୍ନଷ୍ଟ ଗ୍ରୁପକୁ କମ୍ପାନୀ ବିକ୍ରୟ କରିବାରେ ଏହା ମୋଟ ୩୦୦ ନିୟୁତ ୟୁରୋ (୩୨୫ ନିୟୁତ ଡଲାର) ହରାଇଛି। କମ୍ପାନୀ କହିଛି ଯେ ସେ ତାଙ୍କ କମ୍ପାନୀକୁ ଗୋଟିଏ ୟୁରୋରେ ବିକ୍ରି କରି ରୁଷିଆରୁ ବାହାରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ହେନେକେନ ରୁଷିଆ ଛାଡିବେ ବୋଲି ଘୋଷଣା କରିଥିଲେ, କିନ୍ତୁ ଏହି ପ୍ରକ୍ରିୟା ସମୟରେ କମ୍ପାନୀ ଅନେକ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଥିଲା, ଯାହାକି ସମୟ ନେଇଥିଲା। ବର୍ତ୍ତମାନ, କମ୍ପାନୀର ରୁଷିଆରେ ବ୍ରୁଇରିଜ ଏବଂ ୧୮୦୦ ଜଣ ଶ୍ରମିକ ଥିଲେ, ଯେଉଁମାନଙ୍କୁ ପରବର୍ତ୍ତୀ ତିନି ବର୍ଷ ପାଇଁ ନିଯୁକ୍ତି ସୁନିଶ୍ଚିତ କରାଯାଇଥିଲା।
ସରଳ ଶବ୍ଦରେ କହିଲେ, ଯଦି ହେନେକେନ କମ୍ପାନୀର ମୋଟ ମୂଲ୍ୟ ୟୁରୋ ୩୦୦ ମିଲିୟନ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ କୁହାଯାଏ, ତେବେ ପ୍ରାୟ ୨୬୭୩ କୋଟି ଟଙ୍କା କ୍ଷତି ହେବ। ଏହି କମ୍ପାନୀକୁ ୧ ୟୁରୋ ଅର୍ଥାତ୍‌ ୯୦ ଟଙ୍କାରେ ବିକ୍ରି କରାଯାଇଛି।
ହେନେକେନ କମ୍ପାନୀର ସିଇଓ ଡଲଫ ଭାନ ଡେନ ବ୍ରିଙ୍କଙ୍କ ଅନୁଯାୟୀ, ରୁଷିଆରେ ଯୁଦ୍ଧ ହେତୁ କମ୍ପାନୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଗତ ବର୍ଷ ରୁଷିଆ ବଜାରରୁ ହେନେକେନ ବ୍ରାଣ୍ଡର ବିୟର ପ୍ରତ୍ୟାହାର କରାଯାଇଥିଲା। କମ୍ପାନୀ କହିଛି ଯେ ଏହାର ଅନ୍ୟ ଫ୍ଲାଗସିପ ବ୍ରାଣ୍ଡ ମଧ୍ୟରୁ ଆସେମ୍ବ୍ଲେ ୬ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ। ଏହି କାରଣରୁ, କମ୍ପାନୀ ଦୀର୍ଘ ଦିନ ଧରି ଏହାର ବ୍ୟବସାୟ ବନ୍ଦ କରିବାକୁ ଏବଂ ପ୍ରସ୍ଥାନ କରିବାକୁ ଚାହୁଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri