ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅପହରଣ, ଜୋର ଜବରଦସ୍ତ କରି…

ଇସଲାମବାଦ,୨୯।୫: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରି ଜଣେ ମୁସଲିମ ପୁରୁଷଙ୍କ ସହ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଏହା ଦାବି କରିଛନ୍ତି। ଅପହୃତ ମହିଳାଙ୍କ ପରିବାର ଦକ୍ଷିଣ ସିନ୍ଧ ପ୍ରଦେଶର ମୀରପୁରଖାସର ଦିଘରି ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏବଂ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି।

ମହିଳାଙ୍କ ସ୍ବାମୀ ଏବଂ ତାଙ୍କର ଚାରି ପିଲା ମାମଲା ଦାୟର କରିବାକୁ ମୀରପୁରଖାସରେ ଥିବା ‘ଦରାବର ଇତ୍ତେହାଦ ପାକିସ୍ତାନ’ ଏନଜିଓର କାର୍ଯ୍ୟାଳୟକୁ ଆସିଥିଲେ। ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ କଲ୍ୟାଣ ଏବଂ ଅଧିକାର ପାଇଁ ସୱର ଉତ୍ତୋଳନ କରୁଥିବା ଏନଜିଓର ମୁଖ୍ୟ ଶିବ କାଛି କହିଛନ୍ତି ଯେ ମହିଳାଙ୍କୁ ଅପହରଣ କରାଯାଇଥିଲା, ତା’ପରେ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରାଯାଇଥିଲା ଏବଂ ଶାହବାଜ ଖାଶଖେଲି ନାମକ ଜଣେ ମୁସଲିମ ପୁରୁଷଙ୍କ ସହ ବିବାହ କରାଯାଇଥିଲା।

ସରକାରୀ ସଂଗଠନର ମୁଖ୍ୟ ଶିବ କାଛି କହିଛନ୍ତି, “ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ପଞ୍ଜିକୃତ କରିନାହିଁ ଏବଂ ସହଯୋଗ କରୁନାହିଁ। ଏବେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ। ମହିଳାଙ୍କ ସ୍ବାମୀ କହିଛନ୍ତି ଯେ ଗତ ସପ୍ତାହରେ ଶାହବାଜ ଖାସଖେଲି ଏବଂ ତାଙ୍କ ଲୋକମାନେ ତାଙ୍କ ସ୍ତ୍ରୀଙ୍କୁ ଘର ପାଖରୁ ଅପହରଣ କରିଥିଲେ। ସେ କହିଛନ୍ତି, “ଦୁଇ ଦିନ ପରେ ସେମାନେ ତାଙ୍କୁ ଏକ ଧାର୍ମିକ ସ୍ଥଳକୁ ନେଇ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତା’ପରେ ଖାସଖେଲି ତାଙ୍କ ଇଚ୍ଛା କିମ୍ବା ସମ୍ମତି ବିନା ତାଙ୍କୁ ବିବାହ କରିଥିଲେ। ଏହା କ’ଣ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପାଇଁ ନ୍ୟାୟ?”

ପାକିସ୍ତାନରେ ଧର୍ମାନ୍ତରୀକରଣ ପ୍ରସଙ୍ଗ ବର୍ଷ ବର୍ଷ ଧରି ବିବାଦୀୟ ହୋଇ ରହିଛି। ବିଶେଷକରି ନାବାଳିକା ଏବଂ ବିବାହିତ ହିନ୍ଦୁ ମହିଳାଙ୍କୁ ଅପହରଣ କରି ଜୋରଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରି ବିବାହ କରିବା ଘଟଣା ଏବେ ସାଧାରଣ ହେବାରେ ଲାଗିଛି। ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗକୁ ଅନେକ ଥର ଉଠାଇଛନ୍ତି, କିନ୍ତୁ ପାକିସ୍ତାନ ସରକାରଙ୍କ ଦ୍ୱାରା କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ୨୦୧୯ ମସିହାରେ, ସିନ୍ଧ ବିଧାନସଭାରେ ବଳପୂର୍ବକ ଧର୍ମାନ୍ତରୀକରଣ ବିରୁଦ୍ଧରେ ଏକ ବିଲ ଆଗତ କରାଯାଇଥିଲା, କିନ୍ତୁ ମୌଳବାଦୀ ଶକ୍ତିଙ୍କ ଚାପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ସ୍ପଷ୍ଟ କରେ ଯେ ପାକିସ୍ତାନରେ ଧାର୍ମିକ ସୱାଧୀନତା କେବଳ ଏକ ପ୍ରହସନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?