Odisha Elections 2024
Posted inଫୁରସତ

ଭାରତର ଏଭଳି ମନ୍ଦିର ଯେଉଁଠି ପୁରୁଷଙ୍କୁ ଯିବା ମନା; କେବଳ ମହିଳାଙ୍କୁ ମିଳେ ଏଣ୍ଟ୍ରି

ଭାରତର କିଛି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ସେହିଭଳି ଏଭଳି କିଛି ମନ୍ଦିର ରହିଛି, ଯେଉଁଠି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ନଚେତ ଏକ ସ୍ବତନ୍ତ୍ର ସମୟରେ ତାଙ୍କ ପାଇଁ ଦ୍ୱାର ଖୋଲାଥାଏ। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି ସତ। ସେଭଳି କିଛି ମନ୍ଦିର ହେଉଛି:

କାମାକ୍ଷା ମନ୍ଦିର: କାମାକ୍ଷା ମନ୍ଦିର ଆସାମର ଗୁଆହାଟିରେ ରହିଛି। କୁହାଯାଏ ଯେ ଶକ୍ତିପୀଠଗୁଡ଼ିକ ମଧ୍ୟରେ କାମାକ୍ଷା ମନ୍ଦିରର ସ୍ଥାନ ଶୀର୍ଷରେ। ମା’ଙ୍କ ‘ମହାବାର’ ସମୟରେ ଏଠାରେ ଉତ୍ସବ ପାଳନ କରାଯାଏ। ଏହି ଦିନ ପୁରୁଷଙ୍କ ପ୍ରବେଶ ବିଲ୍‌କୁଲ ବ୍ୟାନ୍‌ ହୋଇଥାଏ। ଏହି ସମୟରେ ଜଣେ ମହିଳା ମଧ୍ୟ ଦେବୀଙ୍କ ପୂଜା କରିଥାନ୍ତି। ମା’ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। କେହି କେହି ମନୋବାଞ୍ଛା ପୂରଣ ଲାଗି ଏଠାରେ କନ୍ୟା ପୂଜନ କରିଥାନ୍ତି। ପଶୁମାନଙ୍କ ବଳି ଦେଇଥାନ୍ତି। ଭଣ୍ଡାରା ଖୋଲିଥାନ୍ତି।

ବ୍ରହ୍ମା ଦେବ ମନ୍ଦିର, ପୁଷ୍କର, ରାଜସ୍ଥାନ: ଏହି ମନ୍ଦିର ରାଜସ୍ଥାନର ପୁଷ୍କରରେ ରହିଛି। ଭଗବାନ ବ୍ରହ୍ମାଙ୍କ ମନ୍ଦିରରେ ସାରା ଭାରତରେ କେବଳ ଏଠାରେ ହିଁ ଦେଖିବାକୁ ମିଳିଥାଏ। ଏହି ମନ୍ଦିର ୧୪ ଦଶକରେ ନିର୍ମାଣ କରାଯାଇଥିବା ବେଳେ ଏଠାରେ ପୁରୁଷଙ୍କୁ ଆସିବାକୁ ମନା। ଦେବୀ ସରସ୍ବତୀଙ୍କ ଅଭିଶାପ ଯୋଗୁ ଏଠାରେ କୌଣସି ବିବାହିତ ପୁରୁଷ ଯାଇପାରନ୍ତି ନାହିଁ। ଏଣୁ ସେମାନେ କେବଳ ବାହାରେ ହିଁ ରୁହନ୍ତି। ବିବାହିତ ମହିଳା ଭିତରକୁ ଯାଇ ପୂଜା କରି ଆସିଥାନ୍ତି।

ଭଗବତୀ ଦେବୀ ମନ୍ଦିର, କନ୍ୟାକୁମାରୀ: ଏହି ମନ୍ଦିରରେ ମା’ ଭଗବତୀଙ୍କୁ ପୂଜା କରାଯାଇଥାଏ। କୁହାଯାଏ ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପାଇବାକୁ ଚାହୁଁଥିବା ମହିଳା ତପସ୍ୟା ଲାଗି ଏଠାକୁ ଆସିଥାନ୍ତି। ମା’ ଭଗବତୀଙ୍କୁ ସନ୍ନ୍ୟାସର ଦେବୀ କୁହାଯାଏ। କେବଳ ସନ୍ନ୍ୟାସୀ ପୁରୁଷ ହିଁ ମା’ଙ୍କ ଦର୍ଶନ କରିପାରନ୍ତି। କେବଳ ଏତିକି ନୁହେଁ ମନ୍ଦିରରେ ପୂଜା କରିବାକୁ କେବଳ ମହିଳାଙ୍କୁ ଅନୁମତି ରହିଛି। ସେମାନଙ୍କ ବ୍ୟତିତ ମନ୍ଦିର ପ୍ରାଙ୍ଗଣରେ ପୂଜା ଲାଗି କିନ୍ନରମାନଙ୍କୁ ସ୍ବାଧୀନତା ଦିଆଯାଇଛି। ଯଦି କୌଣସି ପୁରୁଷ ଏଠାକୁ ଯିବାକୁ ଚାହେଁ ତେବେ ତାକୁ ଶୃଙ୍ଗାର କରିବାକୁ ପଡ଼ିଥାଏ।

ଅଟ୍ଟୁକଲ୍‌ ମନ୍ଦିର, କେରଳ:
କେରଳର ଏହି ମନ୍ଦିର ନାମ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ମନ୍ଦିରରେ ପୋଙ୍ଗଲ ଉତ୍ସବରେ ଭାଗ ନେବା ଲାଗି ଏକାସହ ୩୦ ଲକ୍ଷରୁ ଅଧିକ ମହିଳା ଆସିବା ଲାଗି ଏହି ରେକର୍ଡ ହୋଇଛି। ମନ୍ଦିରରେ ଭଦ୍ରକାଳୀଙ୍କ ପୂଜା କରାଯାଏ। ଏଠାରେ କିଛି ନିର୍ଦ୍ଧାରିତ ସମୟ ଲାଗି ପୁରୁଷଙ୍କ ଯିବା ଉପରେ ପ୍ରତିବନ୍ଧକ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri