Posted inଫୁରସତ

ଭାରତର ଏଭଳି ମନ୍ଦିର ଯେଉଁଠି ପୁରୁଷଙ୍କୁ ଯିବା ମନା; କେବଳ ମହିଳାଙ୍କୁ ମିଳେ ଏଣ୍ଟ୍ରି

ଭାରତର କିଛି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ସେହିଭଳି ଏଭଳି କିଛି ମନ୍ଦିର ରହିଛି, ଯେଉଁଠି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ନଚେତ ଏକ ସ୍ବତନ୍ତ୍ର ସମୟରେ ତାଙ୍କ ପାଇଁ ଦ୍ୱାର ଖୋଲାଥାଏ। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି ସତ। ସେଭଳି କିଛି ମନ୍ଦିର ହେଉଛି:

କାମାକ୍ଷା ମନ୍ଦିର: କାମାକ୍ଷା ମନ୍ଦିର ଆସାମର ଗୁଆହାଟିରେ ରହିଛି। କୁହାଯାଏ ଯେ ଶକ୍ତିପୀଠଗୁଡ଼ିକ ମଧ୍ୟରେ କାମାକ୍ଷା ମନ୍ଦିରର ସ୍ଥାନ ଶୀର୍ଷରେ। ମା’ଙ୍କ ‘ମହାବାର’ ସମୟରେ ଏଠାରେ ଉତ୍ସବ ପାଳନ କରାଯାଏ। ଏହି ଦିନ ପୁରୁଷଙ୍କ ପ୍ରବେଶ ବିଲ୍‌କୁଲ ବ୍ୟାନ୍‌ ହୋଇଥାଏ। ଏହି ସମୟରେ ଜଣେ ମହିଳା ମଧ୍ୟ ଦେବୀଙ୍କ ପୂଜା କରିଥାନ୍ତି। ମା’ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। କେହି କେହି ମନୋବାଞ୍ଛା ପୂରଣ ଲାଗି ଏଠାରେ କନ୍ୟା ପୂଜନ କରିଥାନ୍ତି। ପଶୁମାନଙ୍କ ବଳି ଦେଇଥାନ୍ତି। ଭଣ୍ଡାରା ଖୋଲିଥାନ୍ତି।

ବ୍ରହ୍ମା ଦେବ ମନ୍ଦିର, ପୁଷ୍କର, ରାଜସ୍ଥାନ: ଏହି ମନ୍ଦିର ରାଜସ୍ଥାନର ପୁଷ୍କରରେ ରହିଛି। ଭଗବାନ ବ୍ରହ୍ମାଙ୍କ ମନ୍ଦିରରେ ସାରା ଭାରତରେ କେବଳ ଏଠାରେ ହିଁ ଦେଖିବାକୁ ମିଳିଥାଏ। ଏହି ମନ୍ଦିର ୧୪ ଦଶକରେ ନିର୍ମାଣ କରାଯାଇଥିବା ବେଳେ ଏଠାରେ ପୁରୁଷଙ୍କୁ ଆସିବାକୁ ମନା। ଦେବୀ ସରସ୍ବତୀଙ୍କ ଅଭିଶାପ ଯୋଗୁ ଏଠାରେ କୌଣସି ବିବାହିତ ପୁରୁଷ ଯାଇପାରନ୍ତି ନାହିଁ। ଏଣୁ ସେମାନେ କେବଳ ବାହାରେ ହିଁ ରୁହନ୍ତି। ବିବାହିତ ମହିଳା ଭିତରକୁ ଯାଇ ପୂଜା କରି ଆସିଥାନ୍ତି।

ଭଗବତୀ ଦେବୀ ମନ୍ଦିର, କନ୍ୟାକୁମାରୀ: ଏହି ମନ୍ଦିରରେ ମା’ ଭଗବତୀଙ୍କୁ ପୂଜା କରାଯାଇଥାଏ। କୁହାଯାଏ ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପାଇବାକୁ ଚାହୁଁଥିବା ମହିଳା ତପସ୍ୟା ଲାଗି ଏଠାକୁ ଆସିଥାନ୍ତି। ମା’ ଭଗବତୀଙ୍କୁ ସନ୍ନ୍ୟାସର ଦେବୀ କୁହାଯାଏ। କେବଳ ସନ୍ନ୍ୟାସୀ ପୁରୁଷ ହିଁ ମା’ଙ୍କ ଦର୍ଶନ କରିପାରନ୍ତି। କେବଳ ଏତିକି ନୁହେଁ ମନ୍ଦିରରେ ପୂଜା କରିବାକୁ କେବଳ ମହିଳାଙ୍କୁ ଅନୁମତି ରହିଛି। ସେମାନଙ୍କ ବ୍ୟତିତ ମନ୍ଦିର ପ୍ରାଙ୍ଗଣରେ ପୂଜା ଲାଗି କିନ୍ନରମାନଙ୍କୁ ସ୍ବାଧୀନତା ଦିଆଯାଇଛି। ଯଦି କୌଣସି ପୁରୁଷ ଏଠାକୁ ଯିବାକୁ ଚାହେଁ ତେବେ ତାକୁ ଶୃଙ୍ଗାର କରିବାକୁ ପଡ଼ିଥାଏ।

ଅଟ୍ଟୁକଲ୍‌ ମନ୍ଦିର, କେରଳ:
କେରଳର ଏହି ମନ୍ଦିର ନାମ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ମନ୍ଦିରରେ ପୋଙ୍ଗଲ ଉତ୍ସବରେ ଭାଗ ନେବା ଲାଗି ଏକାସହ ୩୦ ଲକ୍ଷରୁ ଅଧିକ ମହିଳା ଆସିବା ଲାଗି ଏହି ରେକର୍ଡ ହୋଇଛି। ମନ୍ଦିରରେ ଭଦ୍ରକାଳୀଙ୍କ ପୂଜା କରାଯାଏ। ଏଠାରେ କିଛି ନିର୍ଦ୍ଧାରିତ ସମୟ ଲାଗି ପୁରୁଷଙ୍କ ଯିବା ଉପରେ ପ୍ରତିବନ୍ଧକ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri