ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଏକ ହିନ୍ଦୁ ପରିବାରର ୫ଟି ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ସାହା ପରିବାରର ସଦସ୍ୟମାନେ ଶୋଇଥିବା ସମୟରେ ବାହାରୁ କବାଟ ବନ୍ଦ କରି ଦୁର୍ବୃତ୍ତମାନେ ଘର ଭିତରକୁ କପଡ଼ା ପୁରାଇ ନିଆଁ ଲଗାଇ ଦେଇଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୫ଟି ଯାକ ଘର ଜଳିବାକୁ ଲାଗିଥିଲା। ପରିବାରର ୮ ଜଣ ସଦସ୍ୟ ଟିଣ ଚାଦର ଓ ବାଉଁଶ ବାଡ଼ କାଟି ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେମାନଙ୍କର ସମସ୍ତ ଆସବାବପତ୍ର ଏବଂ ଗୃହପାଳିତ ପଶୁ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ପିରୋଜପୁର ପୋଲିସ ଅଧିକ୍ଷକ ମହମ୍ମଦ ମଞ୍ଜୁର ଅହମ୍ମଦ ସିଦ୍ଦିକି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଏହି ଘଟଣା ପୂର୍ବରୁ ଗତ ଡିସେମ୍ବର ୧୮ରେ ମୟମନସିଂହ ଜିଲାରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ଧର୍ମ ନିନ୍ଦା ଅଭିଯୋଗରେ ପିଟି ପିଟି ହତ୍ୟା କରାଯିବା ସହ ଶରୀରକୁ ଜାଳି ଦିଆଯାଇଥିଲା। ସେହିଭଳି ରାଜବାଡ଼ିରେ ମଧ୍ୟ ଅମୃତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପିଟି ପିଟି ମାରି ଦିଆଯାଇଛି।

ଚଳିତ ବର୍ଷ ଜୁନ୍‌ରୁ ଡିସେମ୍ବର ମଧ୍ୟରେ ହିନ୍ଦୁଙ୍କ ବିରୋଧରେ ୭୧ରୁ ଅଧିକ ଧର୍ମ ନିନ୍ଦା ମାମଲା ସାମ୍ନାକୁ ଆସିଛି। ଶେଖ ହସିନାଙ୍କ ସରକାର ପତନ ପରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଅମଳରେ ଚରମପନ୍ଥୀଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ଭାରତ ବିରୋଧୀ ମନୋଭାବ ତୀବ୍ର ହୋଇଛି।

ସଂଖ୍ୟାଲଘୁଙ୍କ ଉପରେ ଏଭଳି ସୁନିୟୋଜିତ ଆକ୍ରମଣ ବାଂଲାଦେଶରେ ମାନବାଧିକାର ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସାହା ପରିବାର ଓ ସ୍ଥାନୀୟ ସଂଖ୍ୟାଲଘୁମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri