ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଛି। ଏହି ଅବସରରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସକାଳ ୮ ଟାରୁ ଅଗ୍ନିହୋତ୍ର ଓ ଘୃତ ଯଜ୍ଞରୁ ଆରମ୍ଭ କରାଯାଇଥିଲା। ପରେ ସାମୂହିକ ୧୦୮ ହନୁମାନଙ୍କ ଚାଳିଶା ପାଠ କରାଯାଇଥିଲା। ନିଜ ଗ୍ରାମଠାରୁ ସାରା ଭାରତ ବର୍ଷରେ ଶାନ୍ତି, ସମୃଦ୍ଧି ସୃଷ୍ଟି ପାଇଁ ଏଭଳି ହିନ୍ଦୁ ସମ୍ମିଳନୀ କରାଯାଇଛି ।
ଏହା ପରେ ନଗର ପରିକ୍ରମା, ବ୍ୟକ୍ତିଗତ ଗୀତ, ରାଷ୍ଟ୍ର ବନ୍ଦନା, ବୌଦ୍ଧିକ, ଶାନ୍ତି ପାଠ ଆଦି ରହିଥିବା ଜଣାପଡିଛି। କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ମଣ୍ଡଳୀ ର ହିନ୍ଦୁ ସମ୍ମିଳନୀ ସଂଚଳନ ସମିତି ପକ୍ଷରୁ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମକୁ ଗୌରୀଶଙ୍କର ସାହୁଙ୍କ ସମେତ ସୂର୍ଯ୍ୟ ନାରାୟଣ ସାହୁ, ଶିବ ପ୍ରସାଦ ମିଶ୍ର, ଡ଼ଃ ଅମ୍ବିକ ପ୍ରସାଦ ସତପଥୀ, ରମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ଗନ୍ତାୟତ, ଭଗବାନ ସାହୁ, ବାପୁଲି ସାହୁ, ସ୍ବାଗତ ବେହେରା,
ରାଜେନ୍ଦ୍ର ସାହୁ, ଅଜିତ ସାହୁ, ମନୋସ୍ବିନୀ ତ୍ରିପାଠୀ, ବିଶିକେସନ ପ୍ରଧାନ, ହିର୍ତ୍ତିକ ସାହୁ, ଅନୁଭ ସାହୁ, ରୁଦ୍ରମାଧବ ସାହୁ, ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଦିଗାଲ, ଆମ୍ବେଦକର ମଲିକ, ଶିଶିର ଗନ୍ତାୟତ, ଲଡ଼ୁ କିଶୋର ସାହୁ, ଦିଲୀପ ସାହୁ, ନୃସିଂହ ସାହୁ, ସନ୍ତୋଷ ସାହୁ, ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ସାମଲ ବିଭାଗ ପ୍ରଚାରକ ଗଞ୍ଜାମ ଯୋଗଦେଇ ଉତ୍ସାହିତ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri