ହିଣ୍ଡେନବର୍ଗର ଚେତାବନୀ, ପୁଣି ଆସିବ ବଡ଼ ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୩ : ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଛି। ଶର୍ଟ ସେଲିଂ ଫାର୍ମ ଏକ ଟୁଇଟରେ କହିଛି ଯେ ଖୁବ ଶୀଘ୍ର ଏକ ବଡ ରିପୋର୍ଟ ଆସିବ। ଉଲ୍ଲେଖନୀୟ ବିଷୟ ହେଉଛି, ହିଣ୍ଡେନବର୍ଗର ପୂର୍ବ ରିପୋର୍ଟ ଯୋଗୁ ଭାରତୀୟ ବିଲିୟନେୟାର ବ୍ୟବସାୟୀ ଗୌତମ ଆଦାନୀ ଷ୍ଟକ ମାର୍କେଟରେ ବହୁ କ୍ଷତି ସହିଛନ୍ତି। କେବଳ ଏତିକି ନୁହେଁ, ଆଦାନୀଙ୍କ ଅନେକ କମ୍ପାନୀ ମଧ୍ୟ ସେବି ନଜରରେ ରହିଛି।

ହିଣ୍ଡେନବର୍ଗ ରିସର୍ଚ୍ଚ ହେଉଛି ଏକ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ଯାହା ଇକ୍ୱିଟି, କ୍ରେଡିଟ ଏବଂ ଡେରିଭେଟିଭ ମାର୍କେଟ ଉପରେ ତଥ୍ୟ ବିଶ୍ଳେଷଣ କରେ । ଏହା ନାଥନ ଆଣ୍ଡରସନଙ୍କ ଦ୍ୱାରା ୨୦୧୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।ଏହା କର୍ପୋରେଟ ଜଗତର କାର୍ଯ୍ୟକଳାପ ବିଷୟରେ ପ୍ରକାଶ କରିବା ପାଇଁ ଜଣାଶୁଣା। କମ୍ପାନୀର ନାମ ୧୯୩୭ ମସିହାରେ ଘଟିଥିବା ହିଣ୍ଡେନବର୍ଗ ବିପର୍ଯ୍ୟୟ ଉପରେ ଆଧାରିତ। ଯେତେବେଳେ ଜର୍ମାନର ଯାତ୍ରୀବାହୀ ବିମାନରେ ନିଆଁ ଲାଗି ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା।

କମ୍ପାନୀ ଜାଣିବାକୁ ଚାହେଁ ଯେ ଶେୟାର ବଜାରରେ ଟଙ୍କା ଅପବ୍ୟବହାର ହୋଇଛି କି? କୌଣସି କମ୍ପାନୀ ଆକାଉଣ୍ଟ ପରିଚାଳନାରେ ନିଜକୁ ବଡ଼ ଦେଖାଉ ନାହିଁ କି? କମ୍ପାନୀ ନିଜ ଲାଭ ପାଇଁ ଷ୍ଟକ ମାର୍କେଟରେ ଭୁଲ ଭାବରେ ବେଟ ରଖି ଅନ୍ୟ କମ୍ପାନୀର ଅଂଶଧନକୁ କ୍ଷତି ପହଞ୍ଚାଉ ନାହିଁ କି?


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri