ହିଣ୍ଡେନବର୍ଗ ରିପୋର୍ଟ: ଆଉ ଏକ କମ୍ପାନୀର କଲା ଖୁଲାସା

ଓ୍ବାଶିଂଟନ/ଅବୁଜା,୭।୬:ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଭାରତୀୟ ବିଲିୟନେୟାର ବ୍ୟବସାୟୀ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ ସମ୍ବନ୍ଧରେ ଚଳିତ ବର୍ଷ ଜାନୁୟାରୀରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥି ପାଇଁ ଆଦାନୀ ଷ୍ଟକ୍‌ ମାର୍କେଟ୍‌ରେ ବହୁ କ୍ଷତି ସହିଥିଲେ। ଏଥିପାଇଁ ତାଙ୍କ କମ୍ପାନୀ ବଡ ଝଟ୍‌କା ଲାଗିଥିଲା।
କମ୍ପାନୀ ମାର୍ଚ୍ଚରେ ଟ୍ବିଟ୍‌ କରି ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଥିଲା। ତେବେ ଆଦାନୀ ଗ୍ରୁପ୍‌ ପରେ ହିଣ୍ଡେନବର୍ଗ ଏବେ ଆଉ ଏକ କମ୍ପାନୀର ଶିକାର କରିଛି। ନାଇଜେରିଆର କମ୍ପାନୀ ଟିଙ୍ଗୋ ଗ୍ରୁପ୍‌ର ଖୁଲାସା କରିଛି ହିଣ୍ଡେନବର୍ଗ। ଏହି ରିପୋର୍ଟରେ ମଧ୍ୟ ଆଦାନୀ ଗ୍ରୁପ ପରି ଟିଙ୍ଗୋ ଗ୍ରୁପ ବିରୋଧରେ ସମାନ ଅଭିଯୋଗ ହୋଇଛି। ରିପୋର୍ଟ ଆସିବାର ଗୋଟିଏ ଦିନରେ କମ୍ପାନୀ ଷ୍ଟକ୍‌ ମାର୍କେଟରେ କ୍ଷତି ସହିବାକୁ ପଡିଛି। କମ୍ପାନୀର ସେୟାରରେ ୮୦ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଏପରି କ୍ଷତି ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମାର୍କେଟ୍‌ରେ ମଧ୍ୟ ଦେଖାଯାଇ ନ ଥିଲା।

ଟିଙ୍ଗୋ ଗ୍ରୁପ ହେଉଛି ଏକ ନାଇଜେରିଆ କମ୍ପାନୀ। ଏହା ଏକ ଗ୍ରୀନ ଫିଣ୍ଟେକ କମ୍ପାନୀ। ଏହି କମ୍ପାନୀ ଆଫ୍ରିକା, ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟ ପୂର୍ବରେ ବ୍ୟବସାୟ କରୁଛି। ଏହାର ପ୍ରତିଷ୍ଠାତା ଡୋଜି ମୋଂବୋସି ନାଇଜେରିଆର ପ୍ରଥମ ମୋବାଇଲ ପେମେଣ୍ଟ ଆପ୍‌ ତିଆରି କରିବାର ଦାବି କରଥିଲେ।
ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଇଛି ଯେ, ତେବେ ଏନେଇ ଟିଙ୍ଗୋ ଗ୍ରୁପ୍‌କୁ ପଚାରାଯାଇଥିବାବେଳେ କମ୍ପାନୀ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଏହି ରିପୋର୍ଟରେ ହିଣ୍ଡେନବର୍ଗ ଟିଙ୍ଗୋ ଗ୍ରୁପର ଫାଇନାସ୍ସିଆଲ ଉପରେ ପ୍ରଶ୍ନ କରିଥିଲା ଏବଂ ଏହି ସ୍କିମ୍‌କୁୁ ଏକ ଘୋଟାଲା ବୋଲି ଦର୍ଶାଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ୍‌ରେ କମ୍ପାନୀର ସେୟାର ୮୦.୭୩ ପ୍ରତିଶତ ହ୍ରାସ ପାଇଛି।

ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଡିଙ୍ଗୋ ଗ୍ରୁପ୍‌ର ମୋବାଇଲ ବ୍ୟବସାୟ ନେଇ ଅନେକ ପ୍ରଶ୍ନ ଉଠାଇଛି। ଟିଙ୍ଗୋ ଗ୍ରୁପ୍‌ ରିପୋର୍ଟରେ କହିଛି ଯେ, ମୋବାଇଲ ହ୍ୟାଣ୍ଡସେଟ ଏବଂ ଡାଟା ବ୍ୟବସାୟରେ କମ୍ପାନୀ ୧୨୮ମିଲିୟନ ଡଲାର୍‌ ବ୍ୟବସାୟ କରିଛି। ଟିଙ୍ଗୋ କମ୍ପାନୀ ଏୟାରଟେଲ ସହ ମିଳିତ ଭାବେ ନାଇଜେରିଆରେ ସେବା ପ୍ରଦାନ କରି ଆସୁଛି। ଅନ୍ୟପକ୍ଷରେ ହିଣ୍ଡେନବର୍ଗ ଯେତେବେଳେ ଆଫ୍ରିକା ଏୟାରଟେଲ ସହିତ ଏନେଇ ଯୋଗାଯୋଗ କରିଥିଲେ ସେତେବେଳେ ଏୟାରଟେଲ୍‌ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା। ନାଇଜେରିଆର ଟିଙ୍ଗୋ ମୋବାଇଲ ସହ ତା’ର କୌଣସି ବ୍ୟବସାୟ ନାହିଁ ବୋଲି ଏୟାରଟେଲ ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri