Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…

ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା ମଧ୍ୟ ସଙ୍କଟରେ ଥିଲା। ନିବେଶକମାନେ ସକାଳୁ କିଛି ଭଲ ଆଶା କରୁଥିଲେ ଏବଂ ଶେଷରେ ଏହି ନିଷ୍ପତ୍ତି ମଧ୍ୟ ସେମାନଙ୍କ ସପକ୍ଷରେ ଆସିଥିଲା । ଆଦାନୀ ଗ୍ରୁପର ହିଣ୍ଡନବର୍ଗ ରିପୋର୍ଟ ମାମଲାର ନିଷ୍ପତ୍ତିର ମାତ୍ର ଏକ ଘଣ୍ଟା ମଧ୍ୟରେ ନିବେଶକ ୧୧ ପ୍ରତିଶତରୁ ଅଧିକ ରିଟର୍ନ ଅର୍ଜନ କରିଛନ୍ତି ।

ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ ସପକ୍ଷରେ ଏହି ନିଷ୍ପତ୍ତି ଦେଇଛନ୍ତି ଏବଂ ଏହି ନିଷ୍ପତ୍ତି ଶୁଣିବା ମାତ୍ରେ ଷ୍ଟକ ମାର୍କେଟ ଉପର ମୁହାଁ ହୋଇଛି। ଏକ ଘଣ୍ଟା ମଧ୍ୟରେ, ଆଦାନୀ ଗ୍ରୁପ ର ଶେୟାରରେ ୧୧ ପ୍ରତିଶତ ଏକ ବିରାଟ ଜମ୍ପ ଦେଖିବାକୁ ମିଳିଥିଲା । ଆଦାନୀ ବନ୍ଦର ଏବଂ ଏସଇଜେଡରେ ୨ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଆଦାନୀ ଏଣ୍ଟରପ୍ରାଇଜେସରେ ୫ ପ୍ରତିଶତ ବୃଦ୍ଧି ଘଟିଛି। ଉଭୟ ଷ୍ଟକ ନିଫ୍ଟିର ସକାଳ ପର୍ଯ୍ୟନ୍ତ ଶୀର୍ଷ ଲାଭକାରୀ ଭାବରେ ରହିଥିଲେ। ଏହା ବ୍ୟତୀତ ଆଦାନୀ ୱିଲମାର, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଏନର୍ଜି ସଲ୍ୟୁଶନର ଶେୟାର ମଧ୍ୟ ୩ ରୁ ୧୧ ପ୍ରତିଶତ ବଡ ଲମ୍ଫ ଦେଖାଇଛି। ଏନଡିଟିଭି, ଏସିସି ଏବଂ ଆମ୍ବୁଜା ସିମେଣ୍ଟ ପରି ଅନ୍ୟ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଷ୍ଟକେୀ ମଧ୍ୟ ୬ ପ୍ରତିଶତ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri