Odisha Elections 2024

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି ପଞ୍ଚମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶ କରାଇବା ପାଇଁ ଏହା ଲକ୍ଷ୍ୟ ରଖିଛି। ସେହିଭଳି ଏହି ପ୍ରକଳ୍ପ ବୁର୍ଲାର ଆଲୋକ ସହିତ ସହଭାଗିତା ଜରିଆରେ ହୀରାକୁଦର ସାଇ ୱାର୍ଲଡ ସ୍କୁଲ ଏବଂ ମହମ୍ମଦପୁରର ସରକାରୀ ନୋଡାଲ ହାଇସ୍କୁଲ ଠାରେ ନିଜର ଶିକ୍ଷାକେନ୍ଦ୍ର ସ୍ଥାପନ କରିଛି।
ଏ ସମ୍ପର୍କରେ ହିଣ୍ଡାଲ୍‌କୋର ବିଜ୍‌ନେସ ହେଡ୍‌ (ମାଇନିଂ ଓ କ୍ଲଷ୍ଟର ହେଡ୍‌ ସମ୍ବଲପୁର) କୈଳାସ ପାଣ୍ଡେ କହିଛନ୍ତି, ଜ୍ଞାନାର୍ଜନ ପ୍ରୋଜେକ୍ଟ ଶିକ୍ଷାଗତ ସଶକ୍ତୀକରଣ ଏବଂ ଗୋଷ୍ଠୀର ପ୍ରଗତି ନିମନ୍ତେ ଆରମ୍ଭ ହୋଇଛି। ସେହିପରି ଶିକ୍ଷାଗତ ଦିଗରୁ ଊର୍ଦ୍ଧ୍ୱରେ ଏହି ପ୍ରକଳ୍ପ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାକୁ ପ୍ରବନ୍ଧ ଲିଖନ, ତର୍କ, ଗୀତ, ନୃତ୍ୟ ଏବଂ ପ୍ରଶ୍ନୋତ୍ତର ଆଦି ଅତିରିକ୍ତ କାର୍ଯ୍ୟକଳାପ ଏବଂ ଜଟିଳ ଚିନ୍ତନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ବିଶେଷ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଚିଡିଆଖାନା ଏବଂ ହୀରାକୁଦ ଡ୍ୟାମ୍‌ ଭଳି ପ୍ରମୁଖ ସ୍ଥାନକୁ କ୍ଷେତ୍ର ପ୍ରଦର୍ଶନସ୍ତରୀୟ ଗସ୍ତ ଅନନ୍ୟ ଅନୁଭୂତି ପ୍ରଦାନ କରୁଥିବାବେଳେ ଯୋଗ ଅଧିବେଶନ ଶାରୀରିକ ଏବଂ ମାନସିକ କଲ୍ୟାଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

ଅତୁଳନୀୟ ବୀମା ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୫: ଘରୋଇ ବଜାରରେ ବୀମା ଶିଲ୍ପର ଚାହିଦା ବୃଦ୍ଧି ପାଉଛି। ଏପରିକି ଗ୍ରାହକଙ୍କୁ ଅତୁଳନୀୟ ବୀମା ସମାଧାନ ଯୋଗାଇଦେବାକୁ ଘରୋଇ ବୀମା କମ୍ପାନୀ ବନ୍ଧନ ଲାଇଫ୍‌...

ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ...

୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri