ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ ଭାବେ ଦେବେନ୍ଦ୍ର ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସୁଧୀର ମେହେର, ସହସମ୍ପାଦକ ପୂର୍ଣ୍ଣେନ୍ଦୁ କୁମାର ଦାଶ, ମହେନ୍ଦ୍ର କୁମାର ଗହୀର, ଗ୍ରନ୍ଥାଳୟ ସମ୍ପାଦକ ପରିତୋଷ ମେହେର, କୋଷାଧ୍ୟକ୍ଷ ଅଞ୍ଜନ କୁମାର ବେହେରା ରହି ଥିବାବେଳେ କାର୍ଯ୍ୟକାରୀ କମିଟିରେ ଅଚ୍ୟୁତାନନ୍ଦ ଦାଶ, ଲାଲ ବିକ୍ରମ ସିଂହ ଦେଓ, ଆନନ୍ଦ ଚନ୍ଦ୍ର ସାହୁ, ମନୋଜ ପଟ୍ଟନାୟକ ଓ ଈଶ୍ୱର ନାଗ ରହିଛନ୍ତି। ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ବରିଷ୍ଠ ଓକିଲ ଗୋକୁଳାନନ୍ଦ ସ୍ବାଇଁ ଓ ରାମେଶ୍ବର କୋକା ନିର୍ବାଚନ ଅଧିକାରୀ ଦାୟିତ୍ୱ ନିର୍ବାହ କରିଥିଲେ। ବରପାଲିକୁ ସବ୍‌ଡିଭିଜନ ଦାବି ସହ ବରପାଲିର ସର୍ବାଙ୍ଗୀନ ଉନ୍ନତି ପାଇଁ ଓକିଲ ସଂଘ ତା’ର ସଂଗ୍ରାମ ଜାରି ରଖିବ ବୋଲି ନୂତନ କାର୍ଯ୍ୟଭାର ନେଇଥିବା ସଭାପତି ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Share