Posted inଫୁରସତ

ଏହି ପୋକ କିଲୋ ୨୦ ଲକ୍ଷ ଟଙ୍କା, ଚାଇନା ଯୋଗୁ ବେପାର ମାନ୍ଦା

ବିଶ୍ୱର ସବୁଠୁ ଦାମୀ ପୋକ ବଜାରରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଚାଇନା ଯୋଗୁ ଏବେ ଏହି ପୋକ ବ୍ୟବସାୟ ମାନ୍ଦା ହୋଇଯାଇଛି। ଏବେ ପୋକ କିଲୋଗ୍ରାମ ପ୍ରତି ଏକ ଲକ୍ଷ ଟଙ୍କା ମୂଲ୍ୟରେ ମଧ୍ୟ କେହି କିଣିବାକୁ ଆସୁନାହାଁନ୍ତି। ଏହି ପୋକକୁ ଚାଇନା ଅଧିକ ଆବଶ୍ୟକ କରେ। ଭାରତ ସହ ସୀମା ବିବାଦ ଏବଂ କରୋନା ଭାଇରସ୍‌ ଯୋଗୁ ଏଥର ପୋକ ବିକ୍ରି ସେତେଟା ହୋଇନାହିଁ।
ଏହି ପୋକର ନାମ ହିମାଳୟ ଭାଏଗ୍ରା। ଏହା ବ୍ୟତୀତ ଏହା ଭାରତୀୟ ହିମାଳୟ ଅଞ୍ଚଳରେ କୀଟନାଶକ ଏବଂ ୟାରଶାଗୁମ୍ବା ନାମରେ ମଧ୍ୟ ଜଣାଶୁଣା। ଗତ ୧୫ ବର୍ଷ ମଧ୍ୟରେ ହିମାଳୟ ଭାଏଗ୍ରାର ଉପଲବ୍ଧତା ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ପୋକର ଅତ୍ୟଧିକ ବ୍ୟବହାର ହେତୁ ଏହାର ଅଭାବ ଦେଖାଦେଇଛି ବୋଲି ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ(ଆଇୟୁସିଏନ୍‌) କହିଛି। ଶାରୀରିକ ଦୁର୍ବଳତା, ଯୌନ ଇଚ୍ଛାଶକ୍ତିର ଅଭାବ, କର୍କଟ ଆଦି ରୋଗକୁ ଭଲ କରିବା ପାଇଁ ହିମାଳୟ ଭାଏଗ୍ରା ପ୍ରୟୋଗ କରାଯାଏ। ୩୫୦୦ ମିଟରରୁ ଅଧିକ ଉଚ୍ଚତାରେ ଏହି ପୋକ ମିଳିଥାଏ। ଏହା ଭାରତ ଛଡା ନେପାଳ, ଚାଇନା ଏବଂ ଭୁଟାନରେ ଦେଖିବାକୁ ମିଳିଥାଏ। ଭାରତର ଉତ୍ତରାଖଣ୍ଡର ପିଥୌରାଗଡ, ଚମୋଲି ଏବଂ ବାଗେଶ୍ୱର ଜିଲାରେ ଥିବା ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ। ମେରୁ ଜୁଲାଇ ମାସ ମଧ୍ୟରେ ଯେତେବେଳେ ପାହାଡରୁ ବରଫ ତରଳେ ସେତେବେଳେ ସ୍ଥାନୀୟ ଗ୍ରାମବାସୀ ହିମାଳୟ ଭାଏଗ୍ରା ଖୋଜିବାକୁ ଯାନ୍ତି। ଦୁଇ ମାସ ଧରି ଏହାକୁ ଜମା କରି ରଖିବା ପରେ ଏହାକୁ ବିଭିନ୍ନ ଯାଗାକୁ ଔଷଧ ତିଆରି ପାଇଁ ପଠାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଶି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri