ବଲିଉଡ୍‌ ହିରୋଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏସବୁ ତେଲୁଗୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ ମଧ୍ୟ ହୋଇଥାଏ। ସେହିଭଳି ପାଉଣା ମାମଲାରେ ମଧ୍ୟ ବଲିଉଡ୍‌ ଅଭିନେତାଙ୍କଠାରୁ ଦକ୍ଷିଣ ଭାରତୀୟ ସିନେ ଅଭିନେତା ପଛରେ ନାହାନ୍ତି। ଅନେକ ବଲିଉଡ୍‌ କଳାକାରଙ୍କଠାରୁ ଅଧିକ ପାଉଣା ମଧ୍ୟ ନେଇଥାନ୍ତି। ଆସନ୍ତୁ ଜାଣିବା ଟଲିଉଡ୍‌ର ସେଭଳି କିଛି ଅଧିକ ପାଉଣା ନେଉଥିବା ଅଭିନେତାଙ୍କ ବିଷୟରେ…

ରଜନୀକାନ୍ତ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତି। ସେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାର। ତାମିଲ ବ୍ୟତିତ ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ରଜନୀକାନ୍ତ ୪୦ରୁ ୬୦ କୋଟି ଟଙ୍କା ନେଇଥାନ୍ତି।

କମଲ ହାସନ: ଅଭିନେତା କମଲ ହାସନ ଦକ୍ଷିଣ ଭାରତୀୟ ସିନେମାର ନାମୀ ଅଭିନେତାଙ୍କ ମଧ୍ୟରୁ ଜଣେ। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା କମଲ ଏବେ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ସେ ୨୦ରୁ ୩୦ କୋଟି ପାଉଣା ନିଅନ୍ତି।

ମହେଶ ବାବୁ: ତେଲୁଗୁର ସବୁଠାରୁ ବଡ଼ ଅଭିନେତା ତାଲିକାରେ ସାମିଲ ଥିବା ମହେଶ ଗୋଟିଏ ଫିଲ୍ମ ପାଇଁ ୩୦ରୁ ୩୫ କୋଟି ଟଙ୍କା ନେଇଥାନ୍ତି।

ପ୍ରଭାସ: ଚଳଚ୍ଚିତ୍ର ବାହୁବଳୀରେ ନଜର ଆସିବା ପରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଏହି ଅଭିନେତା। ସେ ଗୋଟିଏ ଫିଲ୍ମ ପାଇଁ ୩୦-୩୫ କୋଟି ଟଙ୍କା ନେଇଥାନ୍ତି।

ସୂର୍ଯ୍ୟା: ଅଭିନେତା ସୂର୍ଯ୍ୟା ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୧୭-୨୦ କୋଟି ଟଙ୍କା ନେଇଥାନ୍ତି।

ବିଜୟ: ତାମିଲର ଶ୍ରେଷ୍ଠ ଅଭିନେତା ବିଜୟ ଗୋଟିଏ ଫିଲ୍ମ ପାଇଁ ୩୦ କୋଟି ଟଙ୍କା ନେଇଥାନ୍ତି।

ଚିରଞ୍ଜୀବୀ: ତେଲୁଗୁ ଷ୍ଟାର ଚିରଞ୍ଜୀବୀ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ରାମ ଚରଣ: ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ରାମ ଚରଣ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ପବନ କଲ୍ୟାଣ: ୨୦-୩୦ କୋଟି ଟଙ୍କା ପାଉଣା ନିଅନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri