କେଉଁ ଦେଶରେ ମିଳିଥାଏ ଅଧିକ ଦରମା, ଭାରତ ଠାରୁ ପଛରେ ଋଷିଆ…

ଭଲ ଚାକିରି ସହ ଆପଣ ଦରମାର ପ୍ୟାକେଜ ଦେଖିଥା’ନ୍ତି। ଏପରିକି ଲୋକଙ୍କୁ ଦେଶରେ ଭଲ ପ୍ୟାକେଜର ଦରମା ନ ମିଳିଲେ ସେମାନେ ବିଦେଶରେ ଭଲ ଦରମା ପାଇବା ପାଇଁ ସ୍ବିଚ୍‌ କରନ୍ତି। ଦରମା କଥା ଏଥିପାଇଁ ଏଠାରେ ଉଲ୍ଲେଖ କରୁଛୁ କି, ଆପଣ ଜାଣନ୍ତି କି କେଉଁ ଦେଶରେ ଚାକିରିରେ ସବୁଠାରୁ ଅଧିକ ଦରମା ମିଳିଥାଏ।
ସବୁଠାରୁ ଅଧିକ ଦରମା ଦେଉଥିବା ଦେଶ ହେଉଛି ସ୍ବିଜରଲାଣ୍ଡ। ଦ୍ୱିତୀୟରେ ଲ୍ୟୁକ୍ସେମବର୍ଗ ତୃତୀୟରେ ସିଙ୍ଗାପୁର ଚତୁର୍ଥରେ ଆମେରିକା, ପଞ୍ଚମରେ ରହିଛି କାତାର। ଏହି ପରିପ୍ରେକ୍ଷୀରେ ୱାଲର୍‌ଡ ଅଫ ଷ୍ଟାଟିଷ୍ଟିକ୍ସ ଦ୍ୱାରା ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଏହିସବୁ ଦେଶଗୁଡିକର ତାଲିକା ପ୍ରକାଶ ପାଇଛି।

ୱାଲର୍‌ଡ ଅଫ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଦରମା ସ୍ବିଜରଲ୍ୟାଣ୍ଡରେ ମିଳିଥାଏ। ଟ୍ୟାକ୍ସ ପରେ ଏଠାରେ ଲୋକଙ୍କ ହାରାହାରି ମାସିକ ଦରମା ହେଉଛି $୬,୧୨୮ ଅର୍ଥାତ ପ୍ରାୟ ୫,୧୦,୧୦୨ଟଙ୍କା। ୪ର୍ଥ ସ୍ଥାନରେ ଥିବା ଆମେରିକାରେ ମାସକୁ ଦରମା ୪୬୭୫ ଡଲାର ଅର୍ଥାତ ୩,୮୯,୧୬୦ଟଙ୍କା। ତାଲିକାରେ ଅଷ୍ଟ୍ରେଲିଆର ସ୍ଥାନ ୧୧, ଜର୍ମାନୀ ୧୩, କାନାଡା ୧୪, ବ୍ରିଟେନ ୧୬, ସ୍ବିଡେନ ୧୯, ଦକ୍ଷିଣ କୋରିଆ ୨୪, ଜାପାନ ୨୭ତମ ସ୍ଥାନରେ ରହିଥିବାବେଳେ ଭାରତ ୬୨ତମ ସ୍ଥାନରେ ରହିଛି।

ମାସିକ ବେତନ ଥିବା ଦେଶ ତାଲିକାରେ ଭାରତ ୬୨ ତମ ସ୍ଥାନରେ ରହିଛି। ବିଶ୍ୱ ପରିସଂଖ୍ୟାନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତର ଲୋକଙ୍କ ହାରାହାରି ମାସକ ଦରମା ୫୯୮ ଡଲାର ଅର୍ଥାତ ପ୍ରାୟ ୪୯,୭୭୭,୭୩ ଟଙ୍କା ଅଟେ। ଯାହା ସ୍ବିଜରଲାଣ୍ଡର ମାସିକ ଦରମା ଠାରୁ ଦଶଗୁଣା କମ୍‌। ଆଶ୍ଚର୍ଯ୍ୟକର କଥା ଏହା କି, ଶକ୍ତିଶାଳୀ ରାଷ୍ଟ୍ର ଋଷିଆ ଏହି କ୍ଷେତ୍ରରେ ଭାରତ ଠାରୁ ପଛରେ ରହିଛି। ତାଲିକାରେ ଋଷିଆର ସ୍ଥାନ ୬୯। ଅର୍ଥନୀତିରେ ଭାଙ୍ଗିପଡିଥିବା ଆମ ପଡୋଣୀ ଦେଶ ପାକିସ୍ତାନରେ ହାରାହାରି ମାସିକ ଦରମା ୧୬୯ ଡଲାର ଅର୍ଥାତ ୧୪,୦୬୭ହଜାର ଟଙ୍କା। ଏହି ତାଲିକାରେ ପାକିସ୍ତାନ ୯୬ତମ ସ୍ଥାନରେ ରହିଛି। ଏହି କ୍ରମରେ ଚାଇନାରେ ହାରାହାରି ଦରମା ୯୯୪ ଡଲାର ଅର୍ଥାତ ୮୨,୭୩୮ଟଙ୍କା। ତାଲିକାରେ ଚାଇନା ୪୫ତମ ସ୍ଥାନରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri