୩ ବର୍ଷରେ ସବୁ ଗାଁ କୁ ହାଇସ୍ପିଡ୍‌ ଇଣ୍ଟରନେଟ: ମୋଦି

ନୂଆଦିଲ୍ଲୀ: ମୋବାଇଲ ମାନୁଫାକଚରିଂ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଏକ ପ୍ରମୁଖ ସ୍ଥଳ ହୋଇପାରିଛି। ସାରା ଦେଶରେ ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମ୍‌ସି) ୨୦୨୦କୁ ଭିଡିଓକନଫରେନ୍ସ ଯୋଗେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ପୁଣି କହିଛନ୍ତି, ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଆପ୍ଲିକେଶନ ବଜାର ଏବଂ ମୋବାଇଲ ଟାରିଫ୍‌ ନିମ୍ନରେ ରହିଛି। ଆଗାମୀ ୩ ବର୍ଷରେ ସମଗ୍ର ଦେଶର ସବୁ ଗାଁକୁ ହାଇସ୍ପିଡ୍‌ ଇଣ୍ଟରନେଟ ସୁବିଧା ପହଞ୍ଚିବ ବୋଲି ମୋଦି ମତବ୍ୟକ୍ତ କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ଦିଗରେ ଶିଳ୍ପକ୍ଷେତ୍ର ଚିନ୍ତାକରୁ ବୋଲି ମୋଦି ଆହ୍ବାନ ଜଣାଇଛନ୍ତି। ସେହିଭଳି ୫ଜିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରାଇ ଦେଶବାସୀଙ୍କୁ ସଶକ୍ତ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମୋବାଇଲ ଯୋଗୁ ବିଭିନ୍ନ ସୁବିଧାକୁ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ନିକଟକୁ ପହଞ୍ଚାଇବା ଦିଗରେ ସୁବିଧା ହେଉଛି। ମୋବାଇଲ ଟେକ୍ନୋଲୋଜି ଦ୍ୱାରା ମହାମାରୀ ସମୟରେ ମଧ୍ୟ ଲୋକଙ୍କ ନିକଟରେ ସେବା ଉପଲବ୍ଧ କରାଇବା ସହଜ ହୋଇପାରିଲା ବୋଲି ସେ ମତ ରଖିଛନ୍ତି। ଏକାଠି ମିଳିତ ହୋଇ ଭାରତକୁ ଟେଲିକମ୍‌ ଯନ୍ତ୍ରାଂଶ, ଡିଜାଇନ, ବିକାଶ ଏବଂ ମାନୁଫାକଚରିଂ କ୍ଷେତ୍ରରେ ଏକ ହବ୍‌ ଭାବେ ବିକଶିତ କରିବାକୁ ସେ ଆହ୍ବାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ‘ପେଟିଏମ୍‌ ଆପ୍‌’: ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮।୯: ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଶୁକ୍ରବାର ପେଟିଏମ୍‌ ଆପ୍‌କୁ ହଟାଇ ଦେଇଛି। ଏନେଇ ପ୍ରତିକ୍ରିୟା ରଖି ଗୁଗଲ କହିଛି, କମ୍ପାନୀ ନିଜର ପ୍ଲାଟଫର୍ମରେ କୌଣସି...

ଲୋଡ଼ା ପଡ଼ିପାରେ ୧.୬ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ:  କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର...

ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ...

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ...

ଭୋଡା-ଆଇଡିଆର ନୂଆ ବ୍ରାଣ୍ଡ୍‌ ଭିଆଇ

ନୂଆଦିଲ୍ଲୀ,୮।୯ : ଭୋଡାଫୋନ୍‌-ଆଇଡିଆ କମ୍ପାନୀର ମିଶ୍ରଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ଦୁଇ କମ୍ପାନୀ ନୂଆ ବ୍ରାଣ୍ଡ ପରିଚୟ ଲାଭ କରିଛନ୍ତି। କମ୍ପାନୀର ନୂଆ ବ୍ରାଣ୍ଡ...

ଅର୍ଥନୀତିରେ ମାନ୍ଦାବସ୍ଥା ସମୟାନୁବର୍ତ୍ତୀ

ମୁମ୍ବାଇ,୩୦-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ନିଜର ବାର୍ଷିକ ରିପୋର୍ଟ ଜାରି କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଚକ୍ରୀୟ ହ୍ରାସ...

ସରଳ ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୧୭-୧୧: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଅସୁବିଧା ଆଗାମୀ ଦିନରେ ଦୂର ହେବ। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ...

୩୭ ହଜାର ନିକଟତର ସୁନା,ରୁପା ୪୩ ହଜାର ଟପିଲା

ନୂଆଦିଲ୍ଲୀ,୬-୮: ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ଘନୀଭୂତ ହେବାକୁ ଯାଉଥିବା ବେଳେ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ୦.୨୫% ହ୍ରାସ କରିବା କାରଣରୁ...

Advertisement


Archives

Model This Week

Why Dharitri