ଟାଟା ପାଓ୍ବାର ଡିସ୍‌କମ୍‌କୁ ଉଚ୍ଚତର ଗ୍ରାହକ ସେବା ରେଟିଂ

ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ପାୱାରକୁ ନିକଟରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ଟାଟା ପାଓ୍ବାର ନେତୃତ୍ୱରେ ପରିଚାଳିତ ତଥା ୯ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଥିବା ଓଡ଼ିଶାର ୪ ଡିସ୍‌କମ୍‌ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌), ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ଏବଂ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) କୁ ଉଚ୍ଚତର ଗ୍ରାହକ ସେବା ରେଟିଂ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ଗ୍ରାହକ ସେବା ର଼୍ୟାଙ୍କିଙ୍ଗ୍‌ରେ ଟାଟା ପାଓ୍ବାରକୁ ଉଚ୍ଚତର ରେଟିଂ ପ୍ରଦାନ କରାଯାଇଛି। ଏପରିକି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଡିସ୍‌କମ୍‌ଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସ୍‌ଆର୍‌ଡି) ରିପୋର୍ଟର ତୃତୀୟ ସଂସ୍କରଣରେ ଡିସ୍‌କମ୍‌ଗୁଡ଼ିକ ଉଚ୍ଚ ରେଟିଂ ହାସଲ କରିଛନ୍ତି। ଉକ୍ତ ରିପୋର୍ଟରେ ସାରା ଦେଶରେ ଗ୍ରାହକ ସେବାର ସାମ୍ପ୍ରତିକ ସ୍ଥିତିକୁ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ବିଦ୍ୟୁତ୍‌ କ୍ଷେତ୍ରର ସମୀକ୍ଷା, ଯୋଜନା ଓ ନିରୀକ୍ଷଣ (ଆର୍‌ପିଏମ୍‌) ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଏସ୍‌ଆର୍‌ଡି ରିପୋର୍ଟର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ସେହିପରି ଓଡ଼ିଶାରେ ଥିବା କମ୍ପାନୀର ୪ଟି ଡିସ୍‌କମ୍‌ରେ ଟାଟା ପାୱାରର ସିଂହଭାଗ ଅଂଶଧନ ରହିଛି। ୨୦୨୧-୨୨ଆର୍ଥିକ ବର୍ଷ ତୁଳନାରେ ଚଳିତ ସଂସ୍କରଣ ସେମାନଙ୍କ ରେଟିଂରେ ଉନ୍ନତି ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍‌,ଟିପିଏନ୍‌ଓଡିଏଲ୍‌ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ରେଟିଂ ବି+ କୁ ଉନ୍ନୀତ ହୋଇଥିବାବେଳେ ଟିପିଏସ୍‌ଓଡିଏଲ୍‌ର ରେଟିଂରେ ମଧ୍ୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଉନ୍ନତି ହୋଇଛି। ଉକ୍ତ ଡିସ୍‌କମ୍‌ଗୁଡ଼ିକ ପରିଚାଳନା ଭରସାଯୋଗ୍ୟତା ମାନଦଣ୍ଡରେ ‘ଏ’ ରେଟିଂ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri