ହାଇକୋର୍ଟଙ୍କ ତୋରଣ କଟକଣା

କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍‌ ନିର୍ମାଣ କରିବାକୁ ପୂଜା କମିଟିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଏପରିକି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବାକୁ କମିଟିକୁ ଅନୁମତି ଦିଆଯାଇଛି।

ଗୁରୁବାର ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି।

ଏପରିକି ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ଲେଜର ଲାଇଟକୁ କୋର୍ଟ ବାରଣ କରିଛନ୍ତି । ତୋରଣ ନିମାଣ ପୂର୍ବରୁ ପୂଜା କମିଟିଙ୍କଠାରୁ ତୋରଣର ଡ୍ରୟିଂ ମାଗିବାକୁ କୋର୍ଟ କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂଜା କମିଟି ପ୍ରସ୍ତୁତି ବୈଠକରେ ଏହି ସବୁ କଥା ଉପସ୍ଥାପିତ କରିବେ ବୋଲି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାବ୍ୟତୀତ ପୂଜାରେ ଶବ୍ଦ ପ୍ରଦୂଷଣ ନେଇ ଚିନ୍ତାପ୍ରକଟ କରିଛନ୍ତି କୋର୍ଟ।

ଶବ୍ଦ ପ୍ରଦୂଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପାର୍ବଣ ଆସୁଥିବା ହେତୁ ସହର ରାସ୍ତାଘାଟର ସମସ୍ୟା ନେଇ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ପାର୍ବଣ ସମୟରେ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଓ୍ବାଟକୋକୁ ନିର୍ଦ୍ଦେଶ। ପାର୍ବଣ ସମୟରେ ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯୋର ଜବରଦସ୍ତ ପୂଜା ଚାନ୍ଦାକୁ ଆଦୟ ଦିଗରେ ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri