କଟକ,୯।୧: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।