କଟକ,୨୪ା୧: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଦାଲତ ଅବମାନନା ମାମଲାରେ ଉଷାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।