କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଅଭିନେତା ପୀୟୂଷ ତ୍ରିପାଠୀ ମଞ୍ଚ ଚଢ଼ିପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ପ୍ରାୟ ଏକ ବର୍ଷ ପରେ ପୀୟୂଷ ଗତ ଜାନୁଆରୀ ୫ ତାରିଖରେ ପୁଣିଥରେ ମଞ୍ଚକୁ ଫେରିଥିଲେ। ସେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଅଭିନୟ କରି ନିଜର ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କର ଯାତ୍ରା ଅଭିନୟ ଉପରେ ରୋକ୍ ଲାଗିଛି।


