Posted inଜାତୀୟ

୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା,୨୨ା୫: ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ୨୦୧୧ରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଚାକିରି ଆବେଦନଗୁଡ଼ିକରେ ମଧ୍ୟ ଓବିସି ସାର୍ଟିଫିକେଟ ଗ୍ରହଣ କରାଯିବ ନାହିଁ।

ଏକ ଆବେଦନ ଉପରେ ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ୨୦୧୧ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ବୁଧବାର ଏକ ଆବେଦନ ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଦାୟି ହେଉଛି’: ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କୀର ଷ୍ଟାରମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) ଷ୍ଟାରମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି।…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ସିମେଣ୍ଟ କାରଖାନା ବନ୍ଦ: ତେଜିଲା ଅସନ୍ତୋଷ, ଲୋକେ ଆନ୍ଦୋଳନମୁହାଁ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା…

ପ୍ରକୃତି ପାଠଶାଳାରେ ଗଛ ଚିହ୍ନିଲେ ପିଲା, ପରିବେଶ ସୁରକ୍ଷା ସହ…

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri