ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ

କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍‌ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍‌ରେ ଗୋଟିଏ ଦିନରେ ର୍ନିବାଚନ କରାଯାଉଛି। ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ର୍ନିବାଚନ କରାଯାଉଛି।ବଡ଼କଥା ହେଉଛି ପ୍ରତ୍ୟକ ବର୍ଷ ମାର୍ଚ୍ଚ ଶେଷ ଶନିବାରରେ ଏହି ର୍ନିବାଚନ ଆୟୋଜନ ପାଇଁ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହି କ୍ରମରେ ରାଜ୍ୟର ପ୍ରତ୍ୟକ ବାର ର୍ନିବାଚନ ପାଇଁ ଜଣେ ଆଇନଜୀବୀ କେବଳ ଗୋଟିଏ ଭୋଟ ଦେଇପାରିବ। ଅର୍ଥାତ ଜଣେ ଆଇନଜୀବୀ ଯେକୌଣସି ବାର ପାଇଁ ମାତ୍ର ଥରେ ମତଦାନ କରିପାରିବ। ଏହି କ୍ରମରେ ଆଜି ହାଇକୋର୍ଟ ବାର୍‌ରେ ମଧ୍ୟ ର୍ନିବାଚନ ହେଉଛି। ୭ ଟି ପଦବୀ ପାଇଁ ର୍ନିବାଚନ ଅନୁଷ୍ଠିତ ହେଉଛି। ଏହି ୭ ଟି ପଦବୀ ପାଇଁ ୪୦ ଜଣ ପାର୍ଥି ର୍ନିବାଚନ ଲଢ଼ୁଛନ୍ତି।

ହାଇକୋର୍ଟ ବାର ର୍ନିବାଚନ ପାଇଁ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ ଦେଉଛନ୍ତି । ସକାଳ ସାଢ଼େ ୭ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।
ହାଇକୋର୍ଟ ବାର୍‌ ଆସୋସିଏଶନରେ ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି।ସେହିପରି ଉପସଭାପତି ଓ ସମ୍ପାଦକ ପଦ ଲାଗି ୫ଜଣଙ୍କ ଲେଖାଏଁ ଆଇନଜୀବୀ ପ୍ରତିଦନ୍ଦିତା କରୁଛନ୍ତି । ଯୁଗ୍ମ ସମ୍ପାଦକ ଓ ସହକାରୀ ସମ୍ପାଦକ ପଦ ଲାଗି ୪ଜଣ ଲେଖାଏଁ ଆଇନଜୀବୀ ପ୍ରତିଦନ୍ଦିତା କରୁଛନ୍ତି । ପାଠାଗାର ସହକାରୀ ସମ୍ପାଦକ ପଦ ପାଇଁ 6 ଜଣ ପ୍ରତିଦ୍ବନ୍ଦୀତା କରୁଛନ୍ତି । ୯ଟି କାର୍ଯ୍ୟର୍ନିବାହୀ ସଭ୍ୟ ପଦ ଲାଗି ୧୩ଜଣ ଆଇନଜୀବୀ ପ୍ରାର୍ଥୀ ହୋଇଛନ୍ତି ।ତେବେ ଆଜି ସମସ୍ତ ପଦପଦବୀ ର ଫଳାଫଳ ଘୋଷଣା କରାଯିବ।ମାତ୍ର କେବଳ ଏକଜ୍ୟୁକେଟିଭ ସଦସ୍ୟ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ ବୋଲି ର୍ନିବାଚନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri