Posted inଜାତୀୟ

ପ୍ରୟାଗରାଜରେ ହାଇଆଲର୍ଟ

ପ୍ରୟାଗରାଜ/ଲକ୍ଷ୍ନୌ,୧୭ା୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ। ଅସଦ୍‌ଙ୍କୁ ପ୍ରୟାଗରାଜରେ ସମାଧି ଦିଆଯିବାର କିଛି ଘଣ୍ଟା ପରେ ତାଙ୍କ ବାପା ତଥା ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଦାଦା ଅଶ୍ରଫ୍‌ ଅହମ୍ମଦଙ୍କୁ ପୋଲିସ ଘେରରେ ତଥା କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି। ୟୁପିରେ ଜଙ୍ଗଲରାଜ, ମାଫିଆରାଜ ଓ ଅରାଜକତା ଚାଲିଥିବା ସମାଲୋଚନା କରି ଯୋଗୀ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ବିରୋଧୀ।

ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କ ସୁରକ୍ଷାକୁ ହୁଗୁଳା କରାଇ ରାଜ୍ୟ ସରକାର ଦୁହିଁଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହେଲାଣି। ଅନ୍ୟପକ୍ଷେ ଉଚ୍ଚସ୍ତରୀୟ ବୈଠକ ପରେ ଯୋଗୀ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରୟାଗରାଜକୁ ପଠାଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟର ସମସ୍ତ ଜିଲାରେ ସିଆର୍‌ପିସି ୧୪୪ ଧାରା ଜାରି କରାଯାଇଛି। ପ୍ରୟାଗରାଜ ଜିଲାରେ ଗୁଜବ ସୃଷ୍ଟି ହେବାକୁ ନ ଦେବା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।
ଉମେଶ ପାଲ୍‌ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଗୁଲାମ ମହମ୍ମଦଙ୍କୁ ୟୁପି ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗୁରୁବାର ଝାନ୍ସୀର ବବିନା ଜଙ୍ଗଲରେ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା। ଅସଦ୍‌ଙ୍କୁ ଶନିବାର ପ୍ରୟାଗରାଜର କସାରି ମାସାରିରେ ସମାଧି ଦିଆଯାଇଥିବାବେଳେ ତାଙ୍କ ବାପା ଅତିକ୍‌ ଓ ଦାଦା ଅଶ୍ରଫ୍‌ଙ୍କୁ ସେଠାରୁ ୩ କି.ମି. ଦୂରରେ ଥିବା ଧୂମାଗଞ୍ଜ ଥାନାରେ ପଚରାଉଚରା କରାଯାଉଥିଲା। ସେଠାରୁ ଉଭୟଙ୍କୁ ହ୍ୟାଣ୍ଡ୍‌କପ୍‌ ଦେଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନିଆଯାଇଥିଲା। ଦୁଇଭାଇଙ୍କୁ ପୋଲିସ ସୁରକ୍ଷା ଦେଇ ସେଠାକୁ ନେଇଥିବାବେଳେ ରାତି ୧୦ଟା ୩୫ରେ ଉଭୟେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ପରିଚୟ ଦେଇ ମିଡିଆ କର୍ମୀଙ୍କ ସହ ସାମିଲ ଥିବା ୩ ଜଣ ଯୁବକ ହଠାତ୍‌ ଅତିକ୍‌ଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଅଶ୍ରଫ୍‌ କିଛି ବୁଝିପାରିବା ପୂର୍ବରୁ ତାଙ୍କ ମୁଣ୍ଡକୁ ମଧ୍ୟ ସେମାନେ ଗୁଳି କରିଥିଲେ ବୋଲି ପ୍ରୟାଗରାଜ ପୋଲିସ କମିଶନର ରାମିତ୍‌ ଶର୍ମା ସୂଚନା ଦେଇଛନ୍ତି। ରାମିତ୍‌ କହିଛନ୍ତି, ୩ ଆକ୍ରମଣକାରୀ ଦୁଇଭାଇଙ୍କୁ ହତ୍ୟା କରିବା ପରେ ସଙ୍ଗେ ସଙ୍ଗେ ପୋଲିସ ନିକଟରେ ଆମତ୍ସମର୍ପଣ କରିଥିଲେ। ସେମାନଙ୍କୁ ଗିରଫ କରି ଜେରା କରାଯାଉଛି। ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରାରେ କଏଦ୍‌ ହୋଇଥିଲା, ଯାହାକି ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି।
୩ ହତ୍ୟା ଅଭିଯୁକ୍ତ ଲଭଲେଶ ତିଓ୍ବାରୀ(ବନ୍ଦା ବାସିନ୍ଦା), ମୋହିତ୍‌ ଓରଫ୍‌ ସନ୍ନି (ହମିରପୁର) ଓ ଅରୁଣ ମୌର୍ଯ୍ୟ (କାସଗଞ୍ଜ)ଙ୍କ ବିରୋଧରେ ଧୂମାଗଞ୍ଜ ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ଆମର୍‌ସ ଆକ୍ଟ ଏବଂ କ୍ରିମିନାଲ ଲ’ ଆମେଣ୍ଡ୍‌ମେଣ୍ଟ ଆକ୍ଟ ବଳରେ ମାମଲା ରୁଜୁ କରାଯାଇଥିବା ଧୂମାଗଞ୍ଜ ଏସ୍‌ଏଚ୍‌ଓ ରାଜେଶ କୁମାର ମୌର୍ଯ୍ୟ ସୂଚନା ଦେଇଛନ୍ତି। ଅପରାଧସ୍ଥଳରୁ ପୋଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହତ୍ୟାର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ ବିଚାରବିଭାଗୀୟ କମିଶନ ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରବିନ୍ଦ କୁମାର ତ୍ରିପାଠୀ ଏହାର ନେତୃତ୍ୱ ନେବେ। କମିଶନ ଅଫ୍‌ ଇନ୍‌କ୍ୱାରି ଆକ୍ଟ, ୧୯୫୨ ଅଧୀନରେ ଗୃହ ବିଭାଗ ପକ୍ଷରୁ ଗଠିତ ଉକ୍ତ ତଦନ୍ତ ଆୟୋଗର ଅନ୍ୟ ଦୁଇ ସଦସ୍ୟ ହେଲେ ଅବସରପ୍ରାପ୍ତ ବିଚାରପତି ବ୍ରଜେଶ କୁମାର ସୋନି ଓ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସୁବେଶ କୁମାର ସିଂ। କମିଶନ ୨ ମାସ ମଧ୍ୟରେ ତଦନ୍ତ କରି ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଏଠାରେ ପ୍ରଶ୍ନ ଉଠୁଛି ପୋଲିସର ସୁରକ୍ଷା ବଳୟ ଭିତରେ ଥିବା ଦୁଇଜଣ ହାଇପ୍ରୋଫାଇଲ୍‌ ଅଭିଯୁକ୍ତଙ୍କୁ ୩ ଜଣ ଯୁବକ କିପରି ହତ୍ୟା କଲେ। ଅତିକ୍‌ ଓ ଅଶ୍ରଫ୍‌ କୌଣସି ମାମୁଲି ଅପରାଧୀ ନ ଥିଲେ। ଅତିକ୍‌ଙ୍କ ବିରୋଧରେ ଶତାଧିକ ଓ ଅଶ୍ରଫ୍‌ଙ୍କ ବିରୋଧରେ ଅର୍ଦ୍ଧଶତାଧିକ ମାମଲା ରହିଥିଲା। ଉଭୟଙ୍କର କେବଳ ଆପରାଧିକ ପୃଷ୍ଠଭୂମି ନ ଥିଲା, ବରଂ ଦୁଇଭାଇ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ତେଣୁ ଦୁହିଁଙ୍କୁ ଜେଲରୁ ନେଇ କୋର୍ଟରେ ହାଜର କରାଇବାବେଳେ ହେଉ କି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେବା ସମୟରେ ହେଉ ଯେପରି ସୁରକ୍ଷା ଦିଆଯିବା କଥା ସେପରି ବ୍ୟବସ୍ଥା କରାଯାଇ ନ ଥିଲା। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀମାନଙ୍କୁ କେତେଜଣ ନିରସ୍ତ୍ର କନ୍‌ଷ୍ଟେବଲ ଧରିବାକୁ ଉଦ୍ୟମ କରୁଥିବା ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି। କାବୁ କରିବାବେଳେ କନ୍‌ଷ୍ଟେବଲ ମାନ୍‌ ସିଂଙ୍କ ହାତରେ ଗୁଳି ବାଜିବାରୁ ସେ ଆହତ ହୋଇଥିବା ପୋଲିସ କହିଛି। ଏଥିରୁ ବୁଝାପଡ଼ୁଛି ଯେ, ସମାଜବାଦୀ ପାର୍ଟି (ଏସ୍‌ପି)ର ପୂର୍ବତନ ଏମ୍‌ପି ଅତିକ୍‌ ଓ ପୂର୍ବତନ ବିଧାୟକ ଅଶ୍ରଫ୍‌ଙ୍କ ସୁରକ୍ଷାରେ କୌଣସି ବରିଷ୍ଠ ଅଧିକାରୀ ନିୟୋଜିତ ନ ଥିଲେ।

 

ଉପା ଅମଳରେ ଆଣବିକ ଚୁକ୍ତିକୁ ରକ୍ଷା କରିଥିଲା ଅତିକ୍‌ଙ୍କ ଭୋଟ

୨୦୦୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ବିରୋଧରେ ଆମେରିକା-ଭାରତ ଆଣବିକ ଚୁକ୍ତିକୁ ନେଇ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବାମପନ୍ଥୀମାନେ ୨୦୦୮ ମଧ୍ୟଭାଗରେ ସମର୍ଥନ ପ୍ରତ୍ୟାହାର କରିନେଇଥିବାବେଳେ ଲୋକ ସଭାରେ ଉପାର ୨୨୮ ସଦସ୍ୟ ଥିଲେ। ତେବେ ସଂଖ୍ୟାଗରିଷ୍ଠତାଠାରୁ ୪୪ ଏମ୍‌ପିଙ୍କ ସମର୍ଥନ ନିଅଣ୍ଟ ହୋଇଥିଲା। ଅତିକ୍‌ ଅହମ୍ମଦଙ୍କ ସମେତ ୬ ଦାଗିନେତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜେଲରୁ ମୁକ୍ତ କରାଯାଇଥିଲା। ସେହି ସମୟରେ ଏହି ବାହୁବଳୀ ଏମ୍‌ପିମାନେ ଉପା ସରକାର ସପକ୍ଷରେ ଭୋଟ ଦେଇ ଆମେରିକା ସହ ହୋଇଥିବା ଭାରତର ସିଭିଲ ନ୍ୟୁକ୍ଲିୟର ଡିଲ୍‌କୁ ରକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri