ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣା: ପୋଲିସ ଦେଲା ଆଶ୍ଚର୍ଯ୍ୟ କଲା ଭଳି ବୟାନ

ହାଇଦ୍ରାବାଦ,୩୧ା୮: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲାର ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ୍‌ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣାକୁ ନେଇ ଆନ୍ଦୋଳନ ହେଉଛି। ଛାତ୍ରୀଛାତ୍ର କ୍ରମାଗତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ କୌଣସି ପରିସ୍ଥିତିରେ ଅପରାଧୀଙ୍କୁ ରକ୍ଷା ନ କରିବାକୁ ଦାବି କରୁଛନ୍ତି। ଏଥିସହିତ ଏହି ପ୍ରସଙ୍ଗକୁ କେନଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିବାରେ ଲାଗିଛି।

ଏସବୁ ଭିତରେ ପୋଲିସ ଏକ ଆଶ୍ଚର୍ଯ୍ୟକର କଥା ପ୍ରକାଶ କରିଛି। କ୍ୟାମେରା ମିଳି ନ ଥିବା ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ ପୋଲିସ ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଥିରେ ଲେଡିଜ ହଷ୍ଟେଲ ବାଥ୍‌ରୁମ୍‌ରେ କୌଣସି କ୍ୟାମେରା ଜବତ କରାଯାଇ ନାହିଁ ଏବଂ ଏହାର କୌଣସି ପ୍ରମାଣ ନାହିଁ ବୋଲି କହିଛି। ଛାତ୍ରୀମାନଙ୍କୁ ଏହି ବିଷୟରେ ଆଦୌ ଚିନ୍ତା ନ କରିବାକୁ ପୋଲିସ କହିଛି।

କୃଷ୍ଣ ଜିଲା ପୋଲିସ ଅଧୀକ୍ଷକ ଗଙ୍ଗାଧର ରାଓ କହିଛନ୍ତି, ଲେଡିଜ ହଷ୍ଟେଲର ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ମିଳିବା ଅଭିଯୋଗର ତଦନ୍ତ ଚାଲିଛି। ସେ କହିଛନ୍ତି, ‘ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଇନ୍ସପେକ୍ଟରଙ୍କୁ ସ୍ବତନ୍ତ୍ର ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଏକ ପାଞ୍ଚଜଣିଆ ଟିମ୍‌ ମଧ୍ୟ ଏହି ମାମଲାର ବୈଷୟିକ ତଦନ୍ତ କରୁଛନ୍ତି। ପୋଲିସ ଛାତ୍ରୀଛାତ୍ରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିଛି ଏବଂ ସନ୍ଦେହଜନକ ଲାପ୍‌ଟପ୍‌, ମୋବାଇଲ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍‌ ସାମଗ୍ରୀଗୁଡ଼ିକ ମଧ୍ୟ ଅନୁସନ୍ଧାନ କରାଯାଉଛି ଯେ, କୌଣସି ଭିଡିଓ ପ୍ରସାରିତ ହୋଇଛି କି ନାହିଁ।

ପୋଲିସ ଅଧୀକ୍ଷକ ଗଙ୍ଗାଧର ରାଓ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆତ୍ମବିଶ୍ୱାସ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଲୋକେଶ ମଧ୍ୟ ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର ଗୁଡ୍‌ଲାଭାଲେରୁ ଇଞ୍ଜିନିୟରିଂ କଲେଜରେ ଘଟିଥିବା ଏହି ଘଟଣା ଶୁକ୍ରବାର ସାମ୍ନାକୁ ଆସିବା ପରେ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲୋକେଶ ଏହା କହିଛନ୍ତି ଦୋଷୀ ଏବଂ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଲେଜରେ ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଏକ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମଧ୍ୟରାତ୍ରିରୁ କୃଷ୍ଣ ଉକ୍ତ ଇଞ୍ଜିନିୟରିଂ କଲେଜରେ ହଜାର ହଜାର ଛାତ୍ରୀଛାତ୍ର ଏହି ପ୍ରସଙ୍ଗରେ ବିରୋଧ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri