ହାଇଟେକ୍‌ ଡିଭାଇସ୍‌

ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି। ତେବେ ରୋଗ ନିରୂପଣ ପାଇଁ ଆଉ ଏକ ସରଳ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଡେନମାର୍କର ବିଶେଷଜ୍ଞମାନେ। ସେମାନେ ପ୍ରସ୍ତୁତ କରିଥିବା ଏକ ଡିଭାଇସ୍‌ରୁ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ମିଳିପାରିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଏହି ନୂତନ ଉଦ୍ଭାବିତ ଡିଭାଇସ୍‌କୁ ଏକ ବ୍ୟାଣ୍ଡ ସହ ସଂଯୁକ୍ତ କରାଯାଇଥାଏ। ତାରବିହୀନ ଉକ୍ତ ଡିଭାଇସ୍‌ରୁ ପ୍ରେରିତ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନାକୁ କମ୍ପ୍ୟୁଟର ମନିଟରରେ ଦେଖି କେତେକ ରୋଗକୁ ନିରୂପଣ କରାଯାଇପାରିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ବିଶେଷଭାବରେ ବ୍ଲଡପ୍ରେସର, ହୃଦସ୍ପନ୍ଦନ ଏପରି କି ରକ୍ତରେ ସୁଗାର ପରିମାଣକୁ ସହଜରେ ଜାଣିହେବ ବୋଲି ଉକ୍ତ ଦେଶର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।