ପହିଲାରୁ ମୂଲ୍ୟ ବଢ଼ାଇବ ହିରୋ

ନୂଆଦିଲ୍ଲୀ,୨୩।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଚଳିତ ବର୍ଷ ଏପ୍ରିଲ ୧ରୁ ବାଇକ୍‌ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସ ପହିଲାଠାରୁ ଲାଗୁହେବ। ଏ ନେଇ ବୁଧବାର ହିରୋ ମୋଟୋକର୍ପ ପକ୍ଷରୁ କୁହାଯାଇଛି, ନିର୍ଗମନ ନିୟମ ଅନୁଯାୟୀ ଉତ୍ପାଦନ ମୂଲ୍ୟରେ ପଡ଼ୁଥିବା ପ୍ରଭାବକୁ କମ୍‌ କରିବା ପାଇଁ କମ୍ପାନୀ ଆସନ୍ତା ମାସଠାରୁ ବିଭିନ୍ନ ମଡେଲର ମୂଲ୍ୟ ଉପରେ ପ୍ରାୟ ୨% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି। କମ୍ପାନୀର ବିଭିନ୍ନ ମୋଟର ସାଇକେଲ ଏବଂ ସ୍କୁଟରର ମୂଲ୍ୟ ବୃଦ୍ଧି ହାରାହାରି ୨% ପର୍ଯ୍ୟନ୍ତ ହେବ। ଏପରିକି ବର୍ଦ୍ଧିତ ମୂଲ୍ୟ କମ୍ପାନୀର ଭିନ୍ନ ଭିନ୍ନ ମଡେଲ ହିସାବରେ ଲାଗୁହେବ।

ତେବେ ଏହି ଦାମ୍‌ ପରିବର୍ତ୍ତନ ମୁଖ୍ୟତଃ ଓବିଡି-୨ ଟ୍ରାଞ୍ଜିସନ୍‌ ଅନୁଯାୟୀ କରାଯାଉଛି, ଯାହାକି ପ୍ରଦୂଷଣ ନିୟମ ଅନ୍ତର୍ଗତ। କମ୍ପାନୀ କହିଛି, ହିରୋ ମୋଟୋକର୍ପ ଗ୍ରାହକଙ୍କ ଉପରେ ପ୍ରଭାବକୁ କମ୍‌ କରିବା ପାଇଁ ଅଭିନବ ଆର୍ଥିକ ସମାଧାନ ପ୍ରଦାନ କରିବା ଜାରି ରଖିବ। ସୂଚନାଯୋଗ୍ୟ, ଭାରତୀୟ ଅଟୋମୋବାଇଲ ଉଦ୍ୟୋଗ ବର୍ତ୍ତମାନ ଏହାର ଉତ୍ପାଦନକୁ ବିଏସ୍‌୬ର ୨ୟ ପର୍ଯ୍ୟାୟକୁ ପୂରା କରିବା ପାଇଁ କାମ କରୁଛି। ୨୦୨୩ଏପ୍ରିଲ୧ରୁ ବାହନର ରିୟଲ-ଟାଇମ୍‌ ଡ୍ରାଇଭିଂ ଏମିସନ୍‌ (ପ୍ରଦୂଷଣ) ସ୍ତର ଉପରେ ନଜର ରଖିବା ପାଇଁ ଏକ ଉପକରଣର ଆବଶ୍ୟକତା ପଡ଼ିବ। ଏହି ଡିଭାଇସ ଦ୍ବାରା ଗାଡ଼ିର ନିର୍ଗମନ ଉପରେ ନଜର ରଖାଯାଇପାରିବ। ଯେଉଁଥିରେ ଡିଭାଇସ କ୍ୟାଟେଲିଟିକ୍‌ କନ୍‌ଭର୍ଟର ଏବଂ ଅକ୍ସଜେନ୍‌ ସେନ୍ସର ରହିଛି। ଏହି ଡିଭାଇସ୍‌ ପ୍ରଦୂଷଣ ମାନକ ପୂରା କରିବା ଦିଗରେ ଲଗାତର ନଜର ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri