ଭୁବନେଶ୍ୱରରେ ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ

ଭୁବନେଶ୍ୱର,୧୯।୧୧: ହିରୋ ମୋଟୋକର୍ପର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହିରୋ ମୋଟୋକର୍ପର ସ୍ବୀକୃତିପ୍ରାପ୍ତ ଡିଲର ତଥା ଭୁବନେଶ୍ୱରର ଡେଲଟା ଛକ ନିକଟସ୍ଥ ରୋହନ ହିରୋ ପକ୍ଷରୁ ଏକ ୬ ଦିନିଆ ମେଳା (ଋଣ ଏବଂ ବଦଳ ପର୍ବ) ର ଶୁଭାରମ୍ଭ ସୋମବାର ଶହୀଦ ନଗରସ୍ଥିତ ଦୁର୍ଗାପୂଜା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ହିରୋ ମୋଟକର୍ପର ଏଏଓଏମ ଉଜ୍ଜ୍ୱଳ କୋହଲି, ଏଏସ୍‌ଏମ୍‌ ରବିକାନ୍ତ ସିଂ, ଟିଏମ୍‌ ଅର୍ଚ୍ଚନା ଗୁପ୍ତାଙ୍କ ସମେତ ରୋହନ ହିରୋର ଏମ୍‌ଡି ନୀରୁ ଦୁବେ, ନିର୍ଦ୍ଦେଶକ ରୋହନ ଦୁବେ ଏବଂ ଜିଏମ୍‌ ପ୍ରିୟରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରୋହନ ହିରୋ ପକ୍ଷରୁ ଆୟୋଜିତ ୬ ଦିନିଆ ମେଳା ଉଭୟ ଶହୀଦନଗର ଓ ତମାଣ୍ଡୋଠାରେ ଅନୁଷ୍ଠିତ ହେବ। ଶହୀଦ ନଗରରେ ୨୦୨୪ ନଭେମ୍ବର ୨୧ ପର୍ଯ୍ୟନ୍ତ ଏବଂ ତମାଣ୍ଡୋ ପଡ଼ିଆରେ ୨୦୨୪ ନଭେମ୍ବର ୨୨ ଓ ୨୩ରେ ଆୟୋଜିତ ହେବ ବୋଲି ରୋହନ ହିରୋ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।

ସେହିଭଳି ଏହି ୬ ଦିନିଆ ମେଳାରେ କମ୍ପାନୀର ସମସ୍ତ ରେଞ୍ଜର ପୁରୁଣା ଗାଡିର ବଦଳ ସାଙ୍ଗକୁ ନୂଆ ଗାଡିର ବୁକିଂ, ଆକର୍ଷଣୀୟ ଦରରେ ଋଣ ଓ ରିହାତି ସୁବିଧା ଯୋଗାଇ ଦିଆଯାଉଛି। ଏପରିକି ସ୍କୁଟର ମଡେଲ ଉପରେ କମ୍‌ ଡାଉନ ପେମେଣ୍ଟ (୪୯୯୯ ଟଙ୍କା), କମ୍‌ ସୁଧ ହାର (୬,୯୯%) ଏବଂ ୯୦% ପର୍ଯ୍ୟନ୍ତ ଫଣ୍ଡିଙ୍ଗ ଉପଲବ୍ଧ ରହିଛି। ସେହିପରି ମୋଟରସାଇକେଲ ମଡେଲ ଉପରେ ମଧ୍ୟ ସମାନ ସୁବିଧା ଓ ଅଫର ରହିଛି। ଏପରିକି ମୋଟରସାଇକେଲ ମଡେଲ ଉପରେ କମ ଡାଉନ ପେମେଣ୍ଟ (୫୯୯୯ ଟଙ୍କା), କମ୍‌ ସୁଧ ହାର (୬,୯୯%) ଏବଂ ୯୦% ପର୍ଯ୍ୟନ୍ତ ଫଣ୍ଡିଙ୍ଗ ଉପଲବ୍ଧ ରହିଛି। ଏହି ମେଳା ସକାଳ ୧୦ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଉପଲବ୍ଧ ବୋଲି ରୋହନ ହିରୋ ଜିଏମ୍‌ ପ୍ରିୟରଞ୍ଜନ ଦାସ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri