ସେବି ନିକଟରେ ହିରୋ ଫିନ୍‌କର୍ପର ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୬।୮: ହିରୋ ଫିନକର୍ପ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ବା ଆଇପିଓ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କମ୍ପାନୀ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହାୟରିଂ ପ୍ରସପେକ୍ଟସ (ଡିଆରଏଚ୍‌ପି) ଦାଖଲ କରାଯାଇଛି। ସେହିଭଳି କମ୍ପାନୀ ଆଇପିଓ ଜରିଆରେ ଇକ୍ୱିଟି ଶେୟାର ଜାରି କରି ୩୬୬୮.୧୩ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରହିଛି। ଏଥିରୁ କମ୍ପାନୀ ୨୧୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧୫୬୮.୧୩ କୋଟି ଟଙ୍କାର ଇକ୍ୱିଟି ଶେୟାର ବିକ୍ରି କରିବେ। ଉଲ୍ଲେଖଯୋଗ୍ୟ, ହିରୋ ଫିନକର୍ପ ହେଉଛି ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥତ୍କ ସଂସ୍ଥା ଯାହା ମୁଖ୍ୟତଃ ଭାରତର ଖୁଚୁରା ବର୍ଗର ଗ୍ରାହକ ଏବଂ ଦ୍ରୁତ ଗତିରେ ସଂଗଠିତ ହେଉଥିବା ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ବର୍ଗଙ୍କ ବିବିଧ ଆର୍ଥତ୍କ ଆବଶ୍ୟକତାକୁ ପୂରଣ କରୁଛି। କମ୍ପାନୀ ଏମଏସଏମଇ ଓ ସିଆଇଏଫ ଋଣ ପ୍ରଦାନ କରୁଛି। ଏହାର ଖୁଚୁରା ଋଣରେ ଗାଡ଼ି, ବ୍ୟକ୍ତିଗତ ଓ ବନ୍ଧକ ଋଣ ଆଦି ସାମିଲ ରହିଛି। ସେହିଭଳି କମ୍ପାନୀ ଦୀର୍ଘସ୍ଥାୟୀ ହିରୋ ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଛି ଏବଂ ଏହାର ପ୍ରମୋଟର ହିରୋ ମୋଟୋକର୍ପ ଲିମିଟେଡର ଦୀର୍ଘସ୍ଥାୟୀ କର୍ପୋରେଟ ଐତିହ୍ୟର ଲାଭ ପାଉଛି। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, କମ୍ପାନୀ ତାହାକୁ ଭବିଷ୍ୟତରେ କମ୍ପାନୀର ବ୍ୟବସାୟ ଅଭିବୃଦ୍ଧିରୁ ଋଣ ପାଇଁ ହେବାକୁ ଥିବା ଚାହିଦା ଲାଗି ପୁଞ୍ଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ଟାୟାର-୧ କ୍ୟାପିଟାଲ ଆଧାର ବଢ଼ାଇବାରେ ବ୍ୟବହାର କରିବ। ନିୟମିତ ବ୍ୟବଧାନରେ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରୁଥିବା ପୁଞ୍ଜି ସ୍ବଚ୍ଛଳତା ହାର ନିୟମକୁ ପାଳନ କରିବାକୁ ପଡ଼ିଥାଏ। କମ୍ପାନୀର ଇକ୍ୱିଟି ଶେୟାରକୁ ବିଏସଇ ଲିମିଟେଡ ଓ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri