ପରିଚୟ ଖୋଜୁଛି ଐତିହ୍ୟ ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୫ା୮(ପ୍ରଭାତ ପାଣିଗ୍ରାହୀ): ଓଡ଼ିଆ ଜାତିର ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ, ସେହି ଗଡ଼ ଆଜି ନିଜ ପରିଚୟ ଖୋଜୁଛି। ସ୍ବାଧୀନତା କଥା ମନେପଡ଼ିଲେ ଏହି ମାଟିର ଗୌରବମୟ ଗାଥା ମନରେ ଶିହରଣ ସୃଷ୍ଟି କରିଥାଏ। ମାତୃଭୂମିକୁ ଇଂରେଜଙ୍କ ହାତରୁ ମୁକ୍ତ କରିବା ପାଇଁ ପାଇକ ବୀରମାନେ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ। ପାଇକଙ୍କ ଅସୀମ ବୀରତ୍ୱ ଓ ବଳିଦାନ ପାଇଁ ଏହି ମାଟି ଗର୍ବ କରେ। ତେବେ ପାଇକଙ୍କ ଅନ୍ତୁଡ଼ିଶାଳ ଥିବା ଖୋର୍ଦ୍ଧାଗଡ଼ ତଥା ଲାଲମାଟିର ଗଡ଼ ଏବେ ଲୁପ୍ତ ହେବାକୁ ବସିଛି।
ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ସେହିପରି ଗଡ଼ର ପୁନରୁଦ୍ଧାର ପାଇଁ ଯୋଜନା ହେଲା। ପରେ କିନ୍ତୁ ଯୋଜନା ଆଗେଇଲାନାହିଁ। ଏହି ଗଡ଼ ଚାରିଆଡେ ଅନାବନା ଗଛଲତା ମାଡ଼ିଗଲାଣି। ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ ଭାବେ ଏହି ଗଡ଼ ପରିଚିତ। ତେବେ ଖୋର୍ଦ୍ଧାଗଡ଼ର ବିକାଶକୁ ଅଣଦେଖା କରାଯାଉଛି। ଏପରିକି ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗଡ଼ର ପୁନରୁଦ୍ଧାର ହୋଇପାରୁ ନ ଥିବା ବୁଦ୍ଧିଜୀବୀ ଓ ଗବେଷକମାନେ ମତ ଦିଅନ୍ତି। ଏହି ଗଡ଼ର ପୁନରୁଦ୍ଧାର ହେଲେ ଦେଶରେ ଏହାର ଗୌରବ ବଢିବ। ଗଡ଼ର ଐତିହ୍ୟ ଏବଂ ପାଇକ ବୀରଙ୍କ ସମ୍ପର୍କରେ ସମସ୍ତେ ଜାଣିବାକୁ ପାଇବେ। ଏହି ଗଡ଼ରେ ବହୁ ଐତିହ୍ୟ କୀର୍ତ୍ତିରାଜି କାଳଖଣ୍ଡରେ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜି ସଂରକ୍ଷଣ ହୋଇପାରିବ। ଏହାର ପୁନରୁଦ୍ଧାର ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବ ନିହତ ହେବା ପରେ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଥିଲା। କଳାପାହାଡ଼ ଉତ୍କଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲେ। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ସେ ଗଜପତି ରାମଚନ୍ଦ୍ର ଦେବ ରୂପେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କ ଅସ୍ତ୍ରାଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକମାନେ କୁହନ୍ତି ା ଗଡ଼ ମଧ୍ୟରେ ୧୫ ଏକର ପରିମିତ ସ୍ଥାନରେ ରାଣୀ ପୋଖରୀ ରହିଛି। ଏଥିସହିତ ଗଡ଼ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା, ଯାହା ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି। ୧୯୭୮ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତି କାର୍ଯ୍ୟ ହାତକୁ ନେଇଥିଲେ। ବିଭିନ୍ନ ସମୟରେ ଏହାର ପୁନରୁଦ୍ଧାର ଲାଗି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ତେବେ ଆଶାନୁରୂପ ବିକାଶ ହୋଇପାରିନାହିଁ। ଏହି ଗଡ଼ ଜରାଜୀର୍ଣ୍ଣ ହୋଇପଡ଼ିଥିବା କାରଣରୁ ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କ ପାଦ ପଡ଼ିପାରି ନଥିବା ଜଣାପଡିଛି। ସରକାରଙ୍କ ଉଦାସୀନାତା ଯୋଗୁ ଏହି ଗଡ଼ ଲୁପ୍ତ ହେବାକୁ ବସିଛି। ନିଜ ଅସ୍ତିତ୍ୱକୁ ନେଇ ଏହି ଗଡ଼ ସଂଘର୍ଷ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri