ଆସିଲା ନୂଆ ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦୁଇଚକିଆ ଯାନ ବଜାରରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍କୁଟର ଆପ୍ରିଲିଆ ଏସ୍‌ଏକ୍ସଆର ୧୬୦ର ବଜାର ପ୍ରବେଶ ହୋଇଛି। ଏହାର ଅଧିକୃତ ଡିଲରଶିପ ୩ ଏସ୍‌ ମୋର୍ଟସ ପକ୍ଷରୁ ଏହି ନୂତନ ମଡେଲକୁ ମଙ୍ଗଳବାର ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ଶୋ’ରୁମ୍‌ ପରିସରରେ ଉନ୍ମୋଚନ କରାଯାଇଛି। ଏହି ଅବସରରେ କମ୍ପାନୀର ଆର୍‌ଏମ୍‌ (୩ ହ୍ବିଲର୍ସ ବିଜ୍‌ନେସ୍‌) କେ.ଏନ୍‌.ଏସ୍‌.ଭି.ରାମା ରାଓ, ପିଆଜିଓ ଭେଇକିଲ୍ସି ପ୍ରାଇଭେଟ ଲିମିଟେଡ୍‌ର ଆର୍‌ଏମ୍‌ ୨ହ୍ବିଲର୍ସ ବିଜ୍‌ନେସ ସୁରଜ ସୁମନ ଏବଂ ୩ ଏସ୍‌ ମୋଟର୍ସର ମ୍ୟାନେଜିଂ ପାର୍ଟନର ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂଆ ମଡେଲରେ ବୃହତ୍‌ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ସହ ୪ ଷ୍ଟ୍ରୋକ୍‌ ଇଞ୍ଜିନ ରହିଛି। ସେହିଭଳି ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍‌ଡ ବକ୍ସ, ୩ ଭାଲ୍‌ବ ଫୁଏଲ ଇଞ୍ଜେଙ୍କସନ କ୍ଲିନ୍‌ ଏମିସନ ଇଞ୍ଜିନ ଟେକ୍ନୋଲୋଜି, ବୃହତ୍‌ ଫୁଏଲ ଟ୍ୟାଙ୍କ (୭ ଲିଟର) ଏବଂ ୪ଟି କଲର (ରେଡ୍‌, ବ୍ଲୁ, ହ୍ବାଉଟି ଏବଂ ବ୍ଲାକ୍‌) ବିକଳ୍ପରେ ଏହା ଉପଲବ୍ଧ ହେଉଛି। ଏହି ଅବସରରେ ପିଆଜିଓ ଭେଇକିଲ୍ସି ପ୍ରାଇଭେଟ ଲିମିଟେଡ୍‌ର ଆର୍‌ଏମ୍‌ ୨ହ୍ବିଲର୍ସ ବିଜ୍‌ନେସ ସୁରଜ ସୁମନ କହିଛନ୍ତି, ଗ୍ରାହକଙ୍କୁ ଏହା ଏକ ଭିନ୍ନ ଧରଣର ଡ୍ରାଇଭିଂ ପ୍ରଦାନ ସହ ଶାନ୍ତ-କ୍ଳାନ୍ତ ମୁକ୍ତ ଗମନାଗମନର ମଜା ଦେବ। ଏହି ମଡେଲରେ ଅନେକ ପ୍ରକାର ସୁବିଧା ଓ ଫିଚର ରହିଛି। ଏଥିରେ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ (ଏବିଏସ୍‌) ସୁବିଧା ସହିତ ମହଜୁଦ ଡିସ୍‌ ବ୍ରେକ୍‌ ,୩ କୋଟ୍‌ ଏଚ୍‌ଡି ବଡି ପେଣ୍ଟ ସହ ୪ଟି ଆକର୍ଷଣୀୟ କଲର ରହିଛି। ଏହାର ସମସ୍ତ ଫିଚର ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ସେ ମତ ଦେଇଛନ୍ତି। ଏହାର ଏକ୍ସ ଶୋ’ରୁମ୍‌ ବଜାର ଦର ୧,୨୮,୬୮୭ ଟଙ୍କା ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri