ଆସିଲା ଭାଜପା ସରକାର: ଏଣିକି ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କା

ଭୁବନେଶ୍ୱର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବେ। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ଭାଜପା ନୂଆ ସରକାର ଗଢୁଛି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ତ। ଏହା ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଭାଜପା ନିର୍ବାଚନୀ ଇସ୍ତାହାରରେ ମୋଟ ୨୧ଟି ପ୍ରତିଶ୍ରୁତି ଦେଇଥିଲା। ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା, ସୁଭଦ୍ରା ଯୋଜନା ଲାଗୁ କରିବା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ। ଏହି ଭାଉଚର ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ।
ଭାଜପା ଦେଇଥିବା ୨୧ ପ୍ରତିଶ୍ରୁତି…
୧- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଙ୍କଳ୍ପ ପତ୍ରରେ ଉଲ୍ଲେଖ ଅଛି । ଏହାଦ୍ୱାରା ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ।
୨- ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ।
୩- ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି
୪- ରାଜ୍ୟ ବାହାରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୫ – ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି । ଡିିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି।
୬- ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଭାଜପାର ପ୍ରତିଶ୍ରୁତି।
୭- ଓଡିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ।
୮- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି । ୧୮ ମାସ ଭିତରେ ଚିଟଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି।
୯ – ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି।
୧୦- ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି । ପ୍ରଥମ ୨ ବର୍ଷ ଭିତରେ ୬୫ ହଜାର ପୂରଣ କରିବାକୁ ଲକ୍ଷ୍ୟ ।
୧୧- କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା
୧୨- ପିଏମ ଆବାସ ଯୋଜନାରେ ୧୫ ଲକ୍ଷ ଘର ଗୃହହୀନଙ୍କୁ ଯୋଗାଇବାକୁ ସଙ୍କଳ୍ପ । ୪୦ ହଜାର ସର୍ବସାଧାରଣ ସ୍ଥାନରେ ଏବଂ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ।
୧୩- ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ। ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତିର ତାଲିକା ପ୍ରସ୍ତୁତ। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ।
୧୪- ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି। ରାଜ୍ୟରେ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ।
୧୫- ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର।
୧୬- କ୍ଷମତାକୁ ଆସିବାର ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି। ବାର୍ଷିକ ୮ ଲକ୍ଷରୁ କମ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା।
୧୭- ବିଦ୍ୟାଳୟରେ ଡ୍ରପ ଆଉଟ ରୋକିବାକୁ ଜନଜାତି ଛାତ୍ରୀଛାତ୍ରଙ୍କୁ ଶହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା।
୧୮-ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କା ମାସିକ ପେନସନ ପ୍ରଦାନ କରିବାକୁ ପ୍ରତିଶ୍ରୁତି । ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ ଦେବାକୁ ପ୍ରତିଶ୍ରୁତି ।
୧୯- ମିଶନ ସ୍ବାସ୍ଥ୍ୟ ଓଡିଶାରେ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୬ ହଜାର ନୂତନ ଶଯ୍ୟାର ବ୍ୟବସ୍ଥା । ୧୦୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କନ୍ଦ୍ରେକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୨୦- ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଲକ୍ଷ୍ୟ।
୨୧- ଓଡିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ଭାଜପାର ଘୋଷଣା।

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri