ଆସିଲା ଭାଜପା ସରକାର: ଏଣିକି ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କା

ଭୁବନେଶ୍ୱର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବେ। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ଭାଜପା ନୂଆ ସରକାର ଗଢୁଛି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ତ। ଏହା ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଭାଜପା ନିର୍ବାଚନୀ ଇସ୍ତାହାରରେ ମୋଟ ୨୧ଟି ପ୍ରତିଶ୍ରୁତି ଦେଇଥିଲା। ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା, ସୁଭଦ୍ରା ଯୋଜନା ଲାଗୁ କରିବା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ। ଏହି ଭାଉଚର ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ।
ଭାଜପା ଦେଇଥିବା ୨୧ ପ୍ରତିଶ୍ରୁତି…
୧- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଙ୍କଳ୍ପ ପତ୍ରରେ ଉଲ୍ଲେଖ ଅଛି । ଏହାଦ୍ୱାରା ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ।
୨- ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ।
୩- ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି
୪- ରାଜ୍ୟ ବାହାରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୫ – ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି । ଡିିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି।
୬- ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଭାଜପାର ପ୍ରତିଶ୍ରୁତି।
୭- ଓଡିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ।
୮- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି । ୧୮ ମାସ ଭିତରେ ଚିଟଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି।
୯ – ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି।
୧୦- ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି । ପ୍ରଥମ ୨ ବର୍ଷ ଭିତରେ ୬୫ ହଜାର ପୂରଣ କରିବାକୁ ଲକ୍ଷ୍ୟ ।
୧୧- କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା
୧୨- ପିଏମ ଆବାସ ଯୋଜନାରେ ୧୫ ଲକ୍ଷ ଘର ଗୃହହୀନଙ୍କୁ ଯୋଗାଇବାକୁ ସଙ୍କଳ୍ପ । ୪୦ ହଜାର ସର୍ବସାଧାରଣ ସ୍ଥାନରେ ଏବଂ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ।
୧୩- ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ। ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତିର ତାଲିକା ପ୍ରସ୍ତୁତ। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ।
୧୪- ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି। ରାଜ୍ୟରେ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ।
୧୫- ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର।
୧୬- କ୍ଷମତାକୁ ଆସିବାର ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି। ବାର୍ଷିକ ୮ ଲକ୍ଷରୁ କମ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା।
୧୭- ବିଦ୍ୟାଳୟରେ ଡ୍ରପ ଆଉଟ ରୋକିବାକୁ ଜନଜାତି ଛାତ୍ରୀଛାତ୍ରଙ୍କୁ ଶହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା।
୧୮-ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କା ମାସିକ ପେନସନ ପ୍ରଦାନ କରିବାକୁ ପ୍ରତିଶ୍ରୁତି । ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ ଦେବାକୁ ପ୍ରତିଶ୍ରୁତି ।
୧୯- ମିଶନ ସ୍ବାସ୍ଥ୍ୟ ଓଡିଶାରେ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୬ ହଜାର ନୂତନ ଶଯ୍ୟାର ବ୍ୟବସ୍ଥା । ୧୦୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କନ୍ଦ୍ରେକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୨୦- ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଲକ୍ଷ୍ୟ।
୨୧- ଓଡିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ଭାଜପାର ଘୋଷଣା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri