ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା ରହିଛି। ହେଲେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଏହି ସବୁ ପାରମ୍ପାରିକ ଚାଷ ଓ ଜଙ୍ଗଲରୁ ସଂଗ୍ରହ କରୁଥୁବା ସାମଗ୍ରୀକୁ ବିକ୍ରିବଟା କରିବା ପାଇଁ ସେମାନଙ୍କୁ ଆବଶ୍ୟକ ରହିଥିବା ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ପକ୍ଷରୁ ପ୍ରଥମଥର ପାଇଁ ହାଟର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସ୍ଥାନୀୟ ପାହାଡ଼ି ପ୍ରଡ୍ୟୁସର ଗ୍ରୁପ୍‌, ଅନ୍ତରଙ୍ଗ ଯୁବକ ସଂଘ ଓ ପଞ୍ଚାୟତ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି। ଉକ୍ତ ପଞ୍ଚାୟତର ଅଡାମାହା ଛକ ତଥା ୫୯ ନଂ ଜାତୀୟ ରାଜପଥ କଡ଼ରେ ଏହି ହାଟର ବ୍ୟବସ୍ଥା କରାଯାଇଛି। ପ୍ରତି ଗୁରୁବାର ଏହି ହାଟ ବସୁଥିବା ବେଳେ ଏହି ହାଟରେ ପାରମ୍ପରିକ ଚାଷରୁ ଅମଳ ସାମଗ୍ରୀ ସମେତ ପୋଷାକ, ଶୁଖୁଆ, ଛେଳି, କୁକୁଡ଼ା, ରାଶନ ସାମଗ୍ରୀ, ପନିପରିବା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସୁବିଧାରେ ମିଳିପାରିବ। ବିଶେଷକରି ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ହାଟ ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି। ଗ୍ରାମବିକାଶ ପକ୍ଷରୁ ଏହି ସାପ୍ତାହିକ ହାଟ ପାଇଁ ଲୋକଙ୍କୁ ସଚେତନ କରାଇ ଆରମ୍ଭ କରିବାକୁ ପ୍ରୟାସ କରାଯାଇଥିବା ଗ୍ରାମବିକାଶର କର୍ମକର୍ତ୍ତା ପ୍ରଭଞ୍ଜନ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକର ବୁଡ଼ାଗୁଡା, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ଗଦାପୁର, ସିକରମାହାରେ ପୂର୍ବରୁ ସାପ୍ତାହିକ ହାଟ ଚାଲିଥିବା ଏବେ ଅଡ଼ାମାହା ନୂତନ ସାପ୍ତାହିକ ହାଟ ଯୋଡ଼ି ହୋଇପାରିଛି। ଏହି ହାଟର ଶୁଭାରମ୍ଭ ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, ପ୍ରଡ୍ୟୁସର ଗ୍ରୁପର ସଭାପତି ଶରତ ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତିରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri