ଖୋର୍ଦ୍ଧା,୧୩।୮(ପ୍ରଭାତ ପାଣିଗ୍ରାହୀ): ଦେଶ ପାଳୁଛି ସ୍ବାଧିନତାର ୭୯ତମ । ଏହି ଅବସରରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ ପର୍ଯ୍ୟନ୍ତ ଆୟୋଜିତ ହର ଘର ତ୍ରୀରଙ୍ଗା ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି।
ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଲେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧିବାରେ ସଫଳ ହେଉଛି । ଜାତୀୟ ପତାକା ଦେଶ ବାସୀଙ୍କ ପାଇଁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ, ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତାର ପ୍ରତୀକ ଅଟେ।
ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ ହେବେ ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେ ନାହିଁ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକ ସାକ୍ଷୀ।
ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଏମ୍ପି ମାନନୀୟା ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲାପାଳ ଅମ୍ରିତ ଋତୁରାଜ, ଜିଲା ଆରକ୍ଷୀ ଅଧିକ୍ଷକ ସଗାରିକା ନାଥ, ଜଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଭାଜପା ଜିଲ୍ଲା ସଭାପତି ବିଶ୍ବରଂଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଲୋକ ପ୍ରତିନିଧି, ଛାତ୍ରୀଛାତ୍ର, ଜିଲାସ୍ତରୀୟ ଅଧିକାରୀ, ଏବଂ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।


