Posted inଜାତୀୟ

ଏନଡିଏରେ ମିଶିବେ କି ହେମନ୍ତ ସୋରେନ? ଛାଡିବେ ରାହୁଲଙ୍କ ହାତ! ରାଜନୀତିରେ ଚହଳ

ନୂଆଦିଲ୍‌ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ!  ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ମଧ୍ୟ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ସୋରେନ ଏବଂ ଜେଏମଏମ କୁଆଡ଼େ ଭାଜପା ମୁହାଁ ହେବାକୁ ସଜ ହେଉଛନ୍ତି ।

ବର୍ତ୍ତମାନ ସେଠାରେ ଜେଏମଏମ, କଂଗ୍ରେସ, ଆରଜେଡି ଓ ବାମ ଦଳର ମେଣ୍ଟ ସରକାର ଅଛି ୮୧ ବିଧାନସଭା ଆସନ ମଧ୍ୟରୁ ମେଣ୍ଟ ପାଖରେ ଅଛି ୫୬ଟି ଆସନ । ଯଦି ଭାଜପା ସହ ଜେଏମଏମ ହାତ ମିଳାଏ, ତେବେ କ’ଣ ହେବ ? ଆଜିକାଲି ଏହି ନୂଆ ମେଣ୍ଟକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ଯଦି ଏହା ସତ ହୁଏ, ତେବେ ଝାଡ଼ଖଣ୍ଡରେ ହେବ ବଡ଼ ଧରଣର ଓଲଟପାଲଟ । ଯଦି ଏନଡିଏରେ ଜେଏମଏମ ମିଶେ, ତେବେ ଜେଏମଏମର ୩୪, ଭାଜପାର ୨୧, ଏଲଜେପି ଓ ଏଜେଏସ୍ୟୁର ଗୋଟିଏ ଲେଖାଏଁ ଆସନ ମିଶାଇଲେ ସଂଖ୍ୟା ୫୮ରେ ପହଞ୍ଚିବ । ଆଉ ବହୁମତ ପାଇଁ ଝାଡ଼ଖଣ୍ଡରେ ୪୧ଟି ଆସନ ଦରକାର ।

ବିଶେଷଜ୍ଞଙ୍କ କହିବା କଥା, ଯଦି ହେମନ୍ତ ସୋରେନ ଭାଜପା ସହ ମେଣ୍ଟ କରନ୍ତି, ତେବେ ଏହା ହେବ ଇତିହାସର ସବୁଠୁ ଅପ୍ରତ୍ୟାଶିତ ରାଜନୈତିକ ପଦକ୍ଷେପ ମଧ୍ୟରୁ ଅନ୍ୟତମ । କାରଣ, ୨୦୨୪ରେ ଜେଏମଏମ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଥିଲା । ଏପରିକି ହେମନ୍ତ ସୋରେନ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ରାଜନୀତିରେ ସବୁ ସମ୍ଭବ । ବର୍ତ୍ତମାନ ଇଣ୍ଡିଆ ମେଣ୍ଟରେ ଥିବାବେଳେ ହେମନ୍ତ ସରକାରଙ୍କୁ କେନ୍ଦ୍ରରୁ ଯେଉଁ ଅନୁଦାନ ମିଳିବା କଥା, ତାହା ମିଳୁ ନାହିଁ । ଫଳରେ ରାଜ୍ୟ ସ୍ୱାର୍ଥ ପ୍ରଭାବିତ ହେଉଛି । ଏନଡିଏରେ ମିଶିଲେ ସେହି ଅନୁଦାନ ହେମନ୍ତ ସରକାର ସହଜରେ ପାଇପାରିବେ । ଅନ୍ୟପଟେ ଭାଜପା ସହ ହାତ ମିଳାଇଲେ ବାବୁଲାଲ ମାରାଣ୍ଡି କିମ୍ୱା ଚମ୍ପାଇ ସୋରେନ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଚମ୍ପାଇ ସୋରେନ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗତ ର୍ନିବାଚନ ପୂର୍ୱରୁ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ ସେ ଭାଜପାକୁ ପଳାଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri