Posted inଜାତୀୟ

ଏନଡିଏରେ ମିଶିବେ କି ହେମନ୍ତ ସୋରେନ? ଛାଡିବେ ରାହୁଲଙ୍କ ହାତ! ରାଜନୀତିରେ ଚହଳ

ନୂଆଦିଲ୍‌ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ!  ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ମଧ୍ୟ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ସୋରେନ ଏବଂ ଜେଏମଏମ କୁଆଡ଼େ ଭାଜପା ମୁହାଁ ହେବାକୁ ସଜ ହେଉଛନ୍ତି ।

ବର୍ତ୍ତମାନ ସେଠାରେ ଜେଏମଏମ, କଂଗ୍ରେସ, ଆରଜେଡି ଓ ବାମ ଦଳର ମେଣ୍ଟ ସରକାର ଅଛି ୮୧ ବିଧାନସଭା ଆସନ ମଧ୍ୟରୁ ମେଣ୍ଟ ପାଖରେ ଅଛି ୫୬ଟି ଆସନ । ଯଦି ଭାଜପା ସହ ଜେଏମଏମ ହାତ ମିଳାଏ, ତେବେ କ’ଣ ହେବ ? ଆଜିକାଲି ଏହି ନୂଆ ମେଣ୍ଟକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ଯଦି ଏହା ସତ ହୁଏ, ତେବେ ଝାଡ଼ଖଣ୍ଡରେ ହେବ ବଡ଼ ଧରଣର ଓଲଟପାଲଟ । ଯଦି ଏନଡିଏରେ ଜେଏମଏମ ମିଶେ, ତେବେ ଜେଏମଏମର ୩୪, ଭାଜପାର ୨୧, ଏଲଜେପି ଓ ଏଜେଏସ୍ୟୁର ଗୋଟିଏ ଲେଖାଏଁ ଆସନ ମିଶାଇଲେ ସଂଖ୍ୟା ୫୮ରେ ପହଞ୍ଚିବ । ଆଉ ବହୁମତ ପାଇଁ ଝାଡ଼ଖଣ୍ଡରେ ୪୧ଟି ଆସନ ଦରକାର ।

ବିଶେଷଜ୍ଞଙ୍କ କହିବା କଥା, ଯଦି ହେମନ୍ତ ସୋରେନ ଭାଜପା ସହ ମେଣ୍ଟ କରନ୍ତି, ତେବେ ଏହା ହେବ ଇତିହାସର ସବୁଠୁ ଅପ୍ରତ୍ୟାଶିତ ରାଜନୈତିକ ପଦକ୍ଷେପ ମଧ୍ୟରୁ ଅନ୍ୟତମ । କାରଣ, ୨୦୨୪ରେ ଜେଏମଏମ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଥିଲା । ଏପରିକି ହେମନ୍ତ ସୋରେନ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ରାଜନୀତିରେ ସବୁ ସମ୍ଭବ । ବର୍ତ୍ତମାନ ଇଣ୍ଡିଆ ମେଣ୍ଟରେ ଥିବାବେଳେ ହେମନ୍ତ ସରକାରଙ୍କୁ କେନ୍ଦ୍ରରୁ ଯେଉଁ ଅନୁଦାନ ମିଳିବା କଥା, ତାହା ମିଳୁ ନାହିଁ । ଫଳରେ ରାଜ୍ୟ ସ୍ୱାର୍ଥ ପ୍ରଭାବିତ ହେଉଛି । ଏନଡିଏରେ ମିଶିଲେ ସେହି ଅନୁଦାନ ହେମନ୍ତ ସରକାର ସହଜରେ ପାଇପାରିବେ । ଅନ୍ୟପଟେ ଭାଜପା ସହ ହାତ ମିଳାଇଲେ ବାବୁଲାଲ ମାରାଣ୍ଡି କିମ୍ୱା ଚମ୍ପାଇ ସୋରେନ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଚମ୍ପାଇ ସୋରେନ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗତ ର୍ନିବାଚନ ପୂର୍ୱରୁ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ ସେ ଭାଜପାକୁ ପଳାଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?