Posted inଜାତୀୟ

ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ ଜମି ଦଖଲ କରିଛି। ସୋରେନ୍ ୧୨ ଟି ସମ୍ପତ୍ତିର ବେଆଇନ ଅଧିକାର କରିଥିଲେ। ପ୍ରାୟ ୮.୫ ଏକର ସରକାରୀ ଜମି ଉପରେ କବଜା କରାଯାଇଥିଲା। ନକଲି ବିକ୍ରୟ କାରବାର ଏବଂ ଡକ୍ୟୁମେଣ୍ଟ ଆଧାରରେ ଏହି କବଜା କରାଯାଇଥିଲା। ରାଜସ୍ୱ ରେକର୍ଡଗୁଡିକ ମଧ୍ୟ ହେରଫେର ହୋଇଛି। ଏହି ଜମିର ମୂଲ୍ୟ କୋଟି କୋଟିଏରୁ ଉର୍ଦ୍ଧ ଅଟେ।

ଗତ ବର୍ଷ ଏପ୍ରିଲ ୧୩ ରେ ହୋଇଥିବା ଏକ ଚଢ଼ାଉ ସମୟରେ ରେଭିନ୍ୟୁ ସବ୍ ଇନ୍ସପେକ୍ଟର ଭାନୁ ପ୍ରତାପଙ୍କ ଘରେ ଜମି ସମ୍ବନ୍ଧୀୟ ରେକର୍ଡ ଏବଂ ରେଜିଷ୍ଟର ମିଳିଥିଲା, ଏହା ପରେ ରାଞ୍ଚି ପୋଲିସ ଜୁନ୍ ମାସରେ ଭାନୁ ପ୍ରତାପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଇଡି ରାଞ୍ଚି ପୋଲିସର ଏଫ୍ଆଇଆର୍ରେ ଟଙ୍କା ହେରଫେର ମାମଲା ରୁଜୁ କରିଥିଲା।

ଯେତେବେଳେ ଏହାର ତଦନ୍ତ କରାଗଲା, ଭାନୁ ପ୍ରତାପ ଏକ ବଡ ସିଣ୍ଡିକେଟର ଏକ ଅଂଶ ଥିବା ଜଣା ପଡିଥିଲା, ଯାହା ନକଲି ବିକ୍ରୟ କାର୍ଯ୍ୟ କରି ରାଜସ୍ୱ ରେକର୍ଡକୁ ବ୍ୟବହାର କରି ସରକାରୀ ଜମି ଅଧିକାର କରିଆସୁଥିଲା। ହେମନ୍ତ ସୋରେନ ମଧ୍ୟ ଏହିପରି ଅନେକ ଜମିର ଅଧିକାର କରିଥିଲେ। କେବଳ ଏତିକି ନୁହେଁ, ଭାନୁ ପ୍ରତାପଙ୍କ ମୋବାଇଲରୁ ସୋରେନଙ୍କର ଅନେକ ସମ୍ପତ୍ତି ବିଷୟରେ ସୂଚନା ମଧ୍ୟ ମିଳିଥିଲା।

ପ୍ରାୟ ୬୦୦କୋଟି ଟଙ୍କାର ଏହି ଘୋଟାଲାରେ ସରକାରୀ ଜମିର ମାଲିକାନା ପରିବର୍ତ୍ତନ ହୋଇ ଏହାକୁ ବିଲଡରଙ୍କୁ ବିକ୍ରି କରାଯାଇଥିଲା। ଏହି ମାମଲାରେ ଇଡି ପୂର୍ବତନ ରାଞ୍ଚି ଡିସି ଆଇଏଏସ୍ ଅଧିକାରୀ ଛବି ରଂଜନଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିସାରିଛି, ଯାହାର ନାମ ପ୍ରଦିପ ବାଗଚି, ଆଫସର ଅଲି, ତାଲହା ଖାନ, ସଦ୍ଦାମ ହୁସେନ୍, ଇମତିଆଜ ଅହମ୍ମଦ, ଫାୟାଜ ଖାନ, ଛବି ରଂଜନ, ଭାନୁ ପ୍ରତାପ ପ୍ରସାଦ, ଦିଲୀପ ଘୋଷ, ଅମିତ ଅଗ୍ରୱାଲ, ରାଜେଶ ରାୟ, ବିଷ୍ଣୁ ଅଗ୍ରୱାଲ, ପ୍ରେମ ପ୍ରକାଶ ଏବଂ ଭାରତ ପ୍ରସାଦ।​


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri