ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି। ଉକ୍ତ ନଂ, ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧
-ଓଡ଼ିଶା ପରିବାର ସ୍ବତନ୍ତ୍ର ଅଧିକାରୀ-୯୫୮୩୩୨୧୯୬୪ଙ୍କୁ ସମ୍ପର୍କ କରିପାରିବେ କୁହାଯାଇଛି।

Dharitri – Odisha’s No.1 Odia Daily

Share