ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ବୃଦ୍ଧା: ବୟସ ହୋଇଥିଲେ ସୁଧା ମିଳୁନି ଭତ୍ତା

ରିଷିଡା/ କର୍ଲାମୁଣ୍ଡା,୨୯।୬(ସୁଶାନ୍ତ ମଲ୍ଲିକ/ପ୍ରଦୀପ କୁମାର ସାହୁ ): ସରକାର ବୃଦ୍ଧବୃଦ୍ଧା ବିଧବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ତଥା ଅବହେଳା ଯୋଗୁ ପ୍ରକୃତ ହିତାଧୂକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଘଟଣା ବହୁବାର ନଜରକୁ ଆସୁଛି। ଏହାର ଆଉ ଏକ ଉଦାହରଣ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଖଲିଆପାଲି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ବିଧବା ମହିଳା ରାମା ଭୋଇଙ୍କ ସ୍ବାମୀ ଗୌତ୍ତମ ଭୋଇ ମୃତ୍ୟୁକୁ ୧୩ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିଏ ମିଳିପାରି ନାହିଁ । ଫଳରେରେ ସ୍ବାମୀଙ୍କ ମତ୍ୟୁପରେ ରାମା ଅସହାୟ ହୋଇ ପଡ଼ିରହିଛନ୍ତି। ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡୁଛି।
ଅନ୍ୟପଟେ ରମାଙ୍କୁ ୮୦ ବର୍ଷ ଅତିକ୍ରମ କରିଛି। ବିଧବା ଭତ୍ତା ପାଇଁ ଅନ୍‌ଲାଇନ୍‌ ଆବେଦନ କଲେ ମଧ୍ୟ ପ୍ରତ୍ୟାଖାନ କରାଯାଉଛି। ଅସହାୟ ମହିଳାଙ୍କୁ ବିଧବା ଭତ୍ତା ମିଳୁନି, ତେବେ ଯୋଜନା କାହା ପାଇଁ ବୋଲି ରାମା ପ୍ରଶ୍ନ ଉଠାଇଛନ୍ତି।ସେ ଅନେକ ଥର ପଞ୍ଚାୟତ ଅଫିସକୁ ଗଲେ ମଧ୍ୟ ଅଧିକାରୀ ମାନଙ୍କୁ ଦେଖା କରିପାରିନାହାନ୍ତି ।ବ୍ଲକ କାର୍ଯ୍ୟାଳୟକୁ ଯାଇ ଥିଲେ ମଧ୍ୟ ସେଠିକାର ଅଧିକାରୀ ମାନେ ତମର ୧୦୦ ବର୍ଷ ହୋଇସାରିଛି ତୁମର ଭତ୍ତା ହେବନି ବୋଲି ମନା କରି ଦେଇଥିବା କହିଛନ୍ତି । ରାମା ଏ ନେଇ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁ ନ ଥିବା ରାମା ଅଭିଯୋଗ କରିଛନ୍ତି I ଏହାର ତଦନ୍ତ କରି ଯଥାଶୀଘ୍ର ଜିଲାପ୍ରଶାସନ ରାମାକୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।