ଭିନ୍ନକ୍ଷମ ଭଉଣୀଭାଇଙ୍କୁ ବଢ଼ିଲା ସହାୟତାର ହାତ

ଅମରପାଲି,୧୦।୪(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମରେ ସରକାରୀ ଯୋଜନାରୁ ବାଦ ପଡି ଦୁର୍ବିସହ ଜୀବନ ଜିଉଁଥିବା ଭିନ୍ନକ୍ଷମ ଭଉଣୀ ଭାଇଙ୍କୁ ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ସରପଞ୍ଚ। ଗତ ମାର୍ଚ୍ଚ ୧୯ତାରିଖରେ ଧରିତ୍ରୀରେ ’ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଭଉଣୀ ଭାଇ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପରେ ରବିବାର ସରପଞ୍ଚ ଶ୍ରୀୟା କର୍ମୀ ୱାର୍ଡସଭ୍ୟ ଅକ୍ଷୟ କୁରକୁରିଆ, ଶିବାନୀ ସାହୁ, ଗୌରହରୀ ସାହୁ ପ୍ରମୁଖଙ୍କ ସହ ଉକ୍ତ ଭିନ୍ନକ୍ଷମ ଭଉଣୀଭାଇଙ୍କ ଘରେ ପହଞ୍ଚିଲେ। ସମସ୍ୟା ବୁଝିବା ସହ ତାଙ୍କୁ ରାଶନ ସାମଗ୍ରୀ ଏବଂ କିଛଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ବୀରମହାରାଜପୁର ଉପଖଣ୍ଡ ଉଫୁଲା ପଞ୍ଚାୟତର ସଦର ଗ୍ରାମର ଭିନ୍ନକ୍ଷମ ବିଦେଶି ସାହୁ(୪୦) ଓ ତାଙ୍କ ଭିନ୍ନକ୍ଷମ ଭଉଣୀ ପ୍ରମୋଦିନୀ ସାହୁ(୩୫) ଦୀର୍ଘଦିନ ହେଲା ଦୟନିୟ ଜୀବନ ଜିଉଁଛନ୍ତି। ବିଦେଶୀ ଶାରିରୀକ ଭାବେ ଦୁର୍ବଳ ଥିବା ବେଳେ ପ୍ରମୋଦିନୀ ମାନସିକ ଅନଗ୍ରସର। ପିଲାଦିନୁ ଉଭୟେ ବାପାଙ୍କୁ ହରାଇଥିବା ବେଳେ ବିଧବା ମା, ଭତ୍ତା, ରାଶନ ସହିତ ପର ଘରେ କାମ କରି ଉଭୟଙ୍କୁ ପାଳୁଥିଲେ। ମାତ୍ର କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସେମାନେ ପାଉଥିବା ସମସ୍ତ ସରକାରୀ ଯୋଜନା ବନ୍ଦ ହୋଇଗଲା। ସରକାର କରୋନାରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ତାଙ୍କ ପରିବରକୁ କୌଣସି ସହୟତା ମିଳିନାହିଁ। ଉଭୟ ଭଉଣୀଭାଇଙ୍କ ଆଧାର କାର୍ଡ କି ଭିନ୍ନକ୍ଷମ କାର୍ଡ ନାହିଁ। ଫଳରେ ସେମାନେ କୌଣସି ସରକାରୀ ସହାୟତା ପାଇ ପାରୁ ନାହାନ୍ତି। ଉଭୟେ ଏକ ଭଙ୍ଗାଘରେ ରହୁଛନ୍ତି। ବିଦେଶୀ ଏକ ହୋଟେଲରେ ବାସନ ଧୋଇ ଯାହା ପାଆନ୍ତି ସେଥିରେ ଉଭୟେ ଚଳୁଛନ୍ତି। ସ୍ଥାନୀୟ ସରପଞ୍ଚ ପରବର୍ତ୍ତୀ ସମୟରେ ଅନ୍ୟନ୍ୟ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri