୫୦୦ରୁ ଅଧିକ ପରିବାରକୁ ଗୃହନିର୍ମାଣ ସହାୟତା

ଭୁବନେଶ୍ୱର,୧୧।୧୧:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସିଏସ୍‌ଆର୍‌ ଶାଖା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ‘ପ୍ରୋଜେକ୍ଟ ଆସିଆନା’ର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ ଦେଶର ଆର୍ଥିକ ଦୁର୍ବଳ ପରିବାରକୁ ଗୃହନିର୍ମାଣର ସହାୟତା ଯୋଗାଇଦିଆଯିବ। ଏପରିକି ପ୍ରଥମ ପର୍ଯ୍ୟାୟରେ ଉକ୍ତ ପ୍ରକଳ୍ପରୁ ସହାୟତା ପାଇଁ ୫୨୯ ଜଣ ଆର୍ଥିକ ଦୁର୍ବଳ ଲୋକଙ୍କୁ ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ , ଓଡ଼ିଶାର ଅନୁଗୋଳ, ରାୟଗଡ଼, ବଡ଼ବିଲ, ଟେନ୍‌ସା ଏବଂ ଭୁବନେଶ୍ୱର ସମେତ ନୂଆଦିଲ୍ଲୀରୁ ହାଇବ୍ରିଡ୍‌ ଜରିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରି ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲ କହିଥିଲେ, ପ୍ରତ୍ୟେକ ପରିବାର ପାଇଁ ବାସଗୃହ ଏକ ସ୍ବପ୍ନ । କିନ୍ତୁ ଦୁର୍ବଳ ଆର୍ଥିକ ଅବସ୍ଥା କିଛି ଲୋକଙ୍କୁ ନିଜ ଘର ନିର୍ମାଣରୁ ବଞ୍ଚିତ କରିଥାଏ। ହେଲେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଜେଏସ୍‌ପି ଫାଉଣ୍ଡେଶନ ନିରନ୍ତର ପ୍ରୟାସ କରିଆସୁଛି ଏବଂ ‘ପ୍ରୋଜେକ୍ଟ ଆସିଆନା’ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ପରିବାରକୁ ସେମାନଙ୍କର ସ୍ବପ୍ନର ଘର ନିର୍ମାଣ କରିବାରେ ସହାୟତା ପ୍ରଦାନ କରୁଛି। ଉକ୍ତ ପ୍ରକଳ୍ପ ଅଧୀନରେ ଭାରତର ୧୩ଟି ରାଜ୍ୟରୁ ମୋଟ ୫୨୯ ପରିବାର ଆର୍ଥିକ ସହାୟତା ପାଇଁ ଚୟନ କରାଯାଇଛି। ସେହିପରି ଉକ୍ତ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସେମାନଙ୍କୁ ଆର୍ଥିକ ଅନୁଦାନ ପାଇଁ ଆୱାର୍ଡ ଲେଟର ପ୍ରଦାନ କରାଯାଇଥିଲା। ପ୍ରୋଜେକ୍ଟ ଆସିଆନା ଅଧୀନରେ ମନୋନୀତ ପରିବାରକୁ ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଫାଉଣ୍ଡେଶନର ମୂଲ୍ୟାଙ୍କନ ଉପରେ ଆଧାରକରି ସେମାନଙ୍କ ବାସଗୃହ ତଥା ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟୁତୀକରଣ ଭଳି ସୁବିଧା ନିର୍ମାଣ କରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri