ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଗତକାଲି ପରି ଆଜି ବି ଗୃହ ଚାଲିପାରିଲାନି। ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଧାନମଣ୍ଡିରେ ଅବ୍ୟବସ୍ଥା, ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ବିରୋଧ ପ୍ରଦର୍ଶନ କରିଥିଲେ ।