Torrential rain causing flood.
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସକାଳୁ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି। ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ବିଭିନ୍ନ ସ୍ଥାନାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପର ସୋମବାର କାଳବୈଶାଖୀ ପାଇଁ ୫ ଜିଲାକୁ ୟେଲୋ ଆଲର୍ଟ କରାଯାଇଛି । ଅନ୍ୟପଟେ ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।